କନକ ବ୍ୟୁରୋ : ଖୋଲିଛି ଭିତର ରତ୍ନଭଣ୍ଡାର । ତଦାରଖ କମିଟିର ୧୧ ଜଣ ସଦସ୍ୟ ଭିତର ରତ୍ନଭଣ୍ଡାରକୁ ପ୍ରବେଶ କରିଛନ୍ତି । ଭିତର ରତ୍ନଭଣ୍ଡାର ଭିତରେ କେତେ ଅଳଙ୍କାର ରହିଛି ତାହା ବୁଲି ଦେଖିବା ପରେ ଏହାକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ । ତେବେ ଏସବୁ ଭିତରେ ରତ୍ନଭଣ୍ଡାରକୁ ନେଇ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ଶ୍ରୀମନ୍ଦିର ସେବାୟତ ରତ୍ନଭଣ୍ଡାରକୁ କିଛି ଅଜଣା କଥା କହିଛନ୍ତି ।

Advertisment

ଶ୍ରୀମନ୍ଦିର ସେବାୟତଙ୍କ କହିବା ଅନୁଯାୟୀ, ରତ୍ନଭଣ୍ଡାର ଭିତରେ ଅମୁହଁ ଦେଉଳ ରହିଛି । ଯେଉଁଠିକୁ ଜଣେ ବ୍ୟକ୍ତିଙ୍କୁ ଦଉଡି ବାନ୍ଧି ପଠାଇଥିବା ବେଳେ ଏହା ଖାଲି ଆସିଥିଲା । ରତ୍ନଭଣ୍ଡାର ଭିତରେ ଗୁପ୍ତ ସୁଡଙ୍ଗ ରହିଛି । ମହାରାଜ ପ୍ରତାପରୁଦ୍ର ଦେବଙ୍କ ସମୟରେ ଯେତିକି ରାଜ୍ୟ ଜୟ କରାଯାଇଛି ସେହି ରାଜାଙ୍କ ସୁନା ହୀରା ଖଚିତ ମୁକୁଟ ରତ୍ନଭଣ୍ଡାର ଭିତରେ ରହିଛି । ଏପରିକି ଅନେକ ଜୋହରୀ ଆସିଥିଲେ ମଧ୍ୟ ଦୁଲର୍ଭ ରତ୍ନରେ ଅଳଙ୍କାର ତିଆରି କରିପାରିନଥିଲେ । ଅନେକ ସୁନା ଅଳଙ୍କାର ଲୋକ ଦାନ କରୁଥିଲେ ମଧ୍ୟ ମହାପ୍ରଭୁଙ୍କ ସୁନାବେଶରେ ନୂଆ ଅଳଙ୍କାର ନ ଲାଗିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସେବାୟତ ।

ମହାପ୍ରଭୁଙ୍କ ସେବାୟତଙ୍କ ଅନୁଯାୟୀ, ରତ୍ନଭଣ୍ଡାରରେ ଯେଉଁ ସୁନା ଅଛି ସେଥିରେ ଆଉ ଅଳଙ୍କାର ତିଆରି କରାଯାଉ । ପୂର୍ବରୁ ମନ୍ଦିରରେ ଜଗନ୍ନାଥଙ୍କ ଭୋଗ ସରିବା ପରେ ଖେଚିଡୁ ଭୋଗ ଭଣ୍ଡାର ଭିତରକୁ ଦିଆଯାଏ । ଯାହାକୁ ସାପ ଖାଇଥାନ୍ତି ବୋଲି ଲୋକକଥା ରହିଛି । ଶ୍ରୀଜିଉଙ୍କ ରଘୁନାଥ ବେଶ ବେଳେ ମର୍କତ କୁଣ୍ଡଳ, ଧନୁ ତୀର, ସୁନା ଥାଳି, ରୂପା ଥାଳିର ବ୍ୟବହାର ହୁଏ ବୋଲି ପୂର୍ବପୁରୁଷ ବୋଲି କୁହନ୍ତି ବୋଲି କହିଛନ୍ତି ସେବାୟତ ।