ମନ୍ଦିର ଖୋଲିବା ଦାବିରେ ପୁରୀରେ ସେବାୟତଙ୍କ ଜୋର ଧରିଲା ଦାବି: ଶ୍ରୀମନ୍ଦିର ଆଗରେ ଘଂଟ ବାଡେଇ ଜଣାଇଲେ ଦାବି; କରୋନା ପାଇଁ ଶ୍ରୀମନ୍ଦିର ଖୋଲିବା ଉପରେ ଲାଗିଛି କଟକଣା

689

କନକ ବ୍ୟୁରୋ : ଓଡିଶାରେ ଏବେ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯାଉ । ସେବାୟତଙ୍କୁ ମିଳୁ କୋଭିଡ୍ ସହାୟତା । ଏହାକୁ ନେଇ ପୁରୀରେ ଶ୍ରୀମନ୍ଦିର ଆଗରେ ଘଂଟ ବାଡେଇ ଆନ୍ଦୋଳନ କରି ଦାବି ଜଣାଇଛି ସେବାୟତ ସଂଘ । ପୁରୀ ଶ୍ରୀମନ୍ଦିର ସହିତ ରାଜ୍ୟର ସମସ୍ତ ମନ୍ଦିର ଖୋଲିବାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ଘଂଟ ଓ ଘଂଟି ବଜାଇ ଦାବି ଜଣାଇଛନ୍ତି ସେବାୟତମାନେ । କରୋନା କଟକଣା କାରଣରୁ ବର୍ତମାନ ରାଜ୍ୟରେ ମନ୍ଦିରରେ ସର୍ବସାଧାରଣଙ୍କ ପ୍ରବେଶ ସହିତ ଦର୍ଶନ ଉପରେ କଟକଣା ଜାରି ରହିଛି । କେବଳ ସୀମିତ ସେବାୟତ ଓ ପୂଜକଙ୍କୁ ନେଇ ମନ୍ଦିରରେ ନୀତି ଜାରି ରହିଛି ।

ସେପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସମାନ ଧରଣର ପ୍ରତିବାଦ ଦେଖିବାକୁ ମିଳିଛି । ଘଂଟ ଘଂଟି ବଜାଇବା ସହ ଶଂଖ ଫୁଙ୍କି ମନ୍ଦିର ଖୋଲିବା ନେଇ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି ମନ୍ଦିର ସେବାୟତ ସଂଘ । କରୋନା କାଳରେ ମନ୍ଦିର ଗୁଡିକ ବନ୍ଦ ଥିବାରୁ, ଭକ୍ତଙ୍କ ମନ୍ଦିର ଆସିବା ନେଇ କଟକଣା ଲାଗି ରହିଛି । କରୋନା କାଳରେ ଏହା ଦ୍ୱାରା ପୂଜାରୀ ଓ ସେବାୟତଙ୍କ ଚଳିବା ନେଇ ସମସ୍ୟା ହେଉଥିବା ଅଭିଯୋଗ କରିଛି ଓଡିଶା ମନ୍ଦିର ସେବାୟତ ସଂଘ ।