କଟକରେ ଗଣେଷ ପୂଜାକୁ ଅନୁମତି, ଆସନ୍ତକାଲି ଖୋଲିବ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର । ଏପଟେ ଶ୍ରୀମନ୍ଦିର ଖୋଲିବା ପାଇଁ ସେବାୟତଙ୍କ ଦାବି 

185

କନକ ବ୍ୟୁରୋ: ଅଗଷ୍ଟ ପହିଲାରୁ ରାଜ୍ୟ କଟକଣା କୋହଳ ହୋଇଛି । ଧିରେ ଧିରେ ଖୋଲୁଛି ମନ୍ଦିର ।  କାଲିଠାରୁ ସମ୍ବଲପୁରର ସମଲେଶ୍ୱରୀ ପୀଠ ଖୋଲିବ ।  ତେବେ ଭକ୍ତଙ୍କୁ ଗମ୍ଭୀରା ଭିତରକୁ ପ୍ରବେଶ ଅନୁମତି ମିଳିନାହିଁ । ସେପଟେ ବିରଜା ମନ୍ଦିର ୪ ତାରିଖରୁ ଖୋଲିବ । ଏବେ  ଶ୍ରୀମନ୍ଦିର  କେବେ ଖୋଲିବ ସେ ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ କଟକ ଜିଲ୍ଲାରେ ଗଣେଶ ପୂଜା ପାଳିତ ହେବ ବୋଲି ଘୋଷଣା କର ଜିଲ୍ଲାପାଳ ଏକ ସରକାତ୍ମକ ସନ୍ଦେଶ ଦେଇଛନ୍ତି ।

୩ ମାସ ପରେ ମଙ୍ଗଳବାର ଖୋଲିବାକୁ ଯାଉଛି  ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର । କରୋନା କଟକଣା ଭିତରେ ମଙ୍ଗଳବାରରୁ ସମଲେଶ୍ୱରୀ ମନ୍ଦିର ଦର୍ଶନ ଆରମ୍ଭ ହେବ ।  ୬୫ ବର୍ଷରୁ ଅଧିକ ବୟସ୍କ, ଗୁରୁତର ରୋଗ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ଶିଶୁଙ୍କୁ ଧର୍ମାନୁଷ୍ଟାନ ଯିବା ଉପରେ କଟକଣା ଲାଗୁ କରାଯାଇଛି । ଗମ୍ଭୀରା ଭିତରକୁ ପ୍ରବେଶ ଅନୁମତି ଦିଆଯାଇନାହିଁ ।

କଟକ ଜିଲ୍ଲାରେ କଟକଣା ଭିତରେ  ପାଳିତ ହେବ ଗଣେଷ ପୂଜା । ମଣ୍ଡପରେ ଗହଳିକୁ ବାରଣ କରାଯାଇଛି । କରୋନା ମହାମାରୀ ପାଇଁ ଗତବର୍ଷ କଟକର ପୂଜା ମଣ୍ଡପ ଗୁଡିକରେ ଗଣେଷ ପୂଜା କରିବାକୁ ପ୍ରଶାସନର ଅନୁମତି ମିଳିନଥିଲା ।

କରୋନା କଟକଣା ଭିତରେ ବୁଧବାରରୁ ଖୋଲିବ ଯାଜପୁରର ବିରଜା ମନ୍ଦିର ।  ମନ୍ଦିର ଭିତରେ ଯେଭଳି ଭିଡ ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହା ପୂର୍ବରୁ ସେବକଙ୍କ କୋଭିଡ ଟେଷ୍ଟ ହେବ ।

ସେପଟେ ସାରା ରାଜ୍ୟର ନଜର କେବେ ଖୋଲିବ ଶ୍ରୀମନ୍ଦିର ।  ଶ୍ରୀମନ୍ଦିର ଖୋଲିବା ନେଇ ୪ ତାରିଖରେ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ  ବସୁଛି ।  ଏହିଦିନ ନିଷ୍ପତି ନିଆଯିବ ମନ୍ଦିର ଖୋଲାଯିବ କି ନାହିଁ ।