କନକ ବ୍ୟୁରୋ : ସେବାୟତଙ୍କ ସୁନାବେଶ । ଆପଣମାନେ ଠାକୁରଙ୍କ ସୁନାବେଶ ଦେଖିଥିବେ କିନ୍ତୁ ରଥଯାତ୍ରାରେ ଆଜି ସେବାୟତମାନଙ୍କର ହୋଇଥିଲା ସୁନାବେଶ । କେବଳ ରଥଯାତ୍ରା ସମୟରେ ହିଁ ସେବାୟତଙ୍କୁ ଏଭଳି ରୂପରେ ଦେଖିବାକୁ ମିଳିଥାଏ । ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ଆଭୂଷଣରେ ସଜେଇ ହୋଇଥାନ୍ତି ସେବାୟତ ।
/kanak/media/post_attachments/wp-content/uploads/2019/07/vlcsnap-2019-07-04-20h01m38s229-300x169.png) ଇଏ ହେଉଛି ପହଣ୍ଡି ସମୟର ଦୃଶ୍ୟ । ଶ୍ରୀଜିଉଙ୍କ ପାଖରେ ଦଇତାପତି ସେବାୟତ । ପ୍ରାୟ ସମସ୍ତ ଦଇତାପତି ସେବାୟତଙ୍କ ବେକରେ ଶୋଭାପାଉଥିଲା ମୋଟା ମୋଟା ସୁନାର ଚେନ୍ । ହାତରେ ବେକରେ ସୁନା ଅଳଙ୍କାରର ଆଭୂଷଣ । ଦେଖିଲେ ଲାଗୁଥାଏ ସତେ ଯେମିତି ସେବାୟତମାନଙ୍କର ଆଜି ସୁନାବେଶ ।
ଇଏ ହେଉଛି ପହଣ୍ଡି ସମୟର ଦୃଶ୍ୟ । ଶ୍ରୀଜିଉଙ୍କ ପାଖରେ ଦଇତାପତି ସେବାୟତ । ପ୍ରାୟ ସମସ୍ତ ଦଇତାପତି ସେବାୟତଙ୍କ ବେକରେ ଶୋଭାପାଉଥିଲା ମୋଟା ମୋଟା ସୁନାର ଚେନ୍ । ହାତରେ ବେକରେ ସୁନା ଅଳଙ୍କାରର ଆଭୂଷଣ । ଦେଖିଲେ ଲାଗୁଥାଏ ସତେ ଯେମିତି ସେବାୟତମାନଙ୍କର ଆଜି ସୁନାବେଶ ।
/kanak/media/post_attachments/wp-content/uploads/2019/07/vlcsnap-2019-07-04-20h02m26s597-300x169.png) ଇଏ ହେଉଛନ୍ତି ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର । ଶ୍ରୀଜଗନ୍ନାଥଙ୍କ ରଥରେ ସେବାରେ ଥିବା ଏହି ସେବାୟତଙ୍କ ଦେହକୁ ଦେଖନ୍ତୁ । କିପରି ସୁନା ଚେନରେ ଆଚ୍ଛାଦିତ ହୋଇଛି ପୁରା ଶରୀର ।
ଇଏ ହେଉଛନ୍ତି ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର । ଶ୍ରୀଜଗନ୍ନାଥଙ୍କ ରଥରେ ସେବାରେ ଥିବା ଏହି ସେବାୟତଙ୍କ ଦେହକୁ ଦେଖନ୍ତୁ । କିପରି ସୁନା ଚେନରେ ଆଚ୍ଛାଦିତ ହୋଇଛି ପୁରା ଶରୀର ।
/kanak/media/post_attachments/wp-content/uploads/2019/07/vlcsnap-2019-07-04-20h03m15s641-300x169.png) ଆଉ ଇଏ ହେଉଛନ୍ତି ପ୍ରେମାନନ୍ଦ ଦାସ ମହାପାତ୍ର । ଦେବୀ ସୁଭଦ୍ରାଙ୍କ ରଥର ବାଡଗ୍ରାହୀ । ସବୁବର୍ଷ ପରି ଏ ବର୍ଷ ମଧ୍ୟ ସୁନାରେ ସଜେଇ ହୋଇଛନ୍ତି ଏହି ବରିଷ୍ଠ ଦଇତାପତି ସେବାୟତ ।
ଆଉ ଇଏ ହେଉଛନ୍ତି ପ୍ରେମାନନ୍ଦ ଦାସ ମହାପାତ୍ର । ଦେବୀ ସୁଭଦ୍ରାଙ୍କ ରଥର ବାଡଗ୍ରାହୀ । ସବୁବର୍ଷ ପରି ଏ ବର୍ଷ ମଧ୍ୟ ସୁନାରେ ସଜେଇ ହୋଇଛନ୍ତି ଏହି ବରିଷ୍ଠ ଦଇତାପତି ସେବାୟତ ।
କେବଳ ଏହି ଦୁଇ ଦଇତାପତି ସେବାୟତ ନୁହନ୍ତି, ସେବାରେ ନିୟୋଜିତ ପ୍ରତ୍ୟେକଟି ଦଇତାପତି ସେବାୟତ ଏହିପରି ସୁନାର ଆଭୂଷଣରେ ସଜେଇ ହୋଇଥିଲେ । ରଥ ଉପରେ ସୁନା ବେଶରେ ତିନିଠାକୁର ଶୋଭାପାଇବା ପରି ଆଜି ବରିଷ୍ଠ ଦଇତାପତି ସେବାୟତମାନେ ଏହିପରି ସୁନାର ଅଳଙ୍କାରରେ ସୁସଜ୍ଜିତ ହୋଇଥିଲେ । ଏହା ଦେଖିବାକୁ ବେଶ ଆକର୍ଷଣୀୟ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/PHOTO-2-1.jpg)