ଆଜିଠୁ ଲିଙ୍ଗରାଜ ମନ୍ଦିରର ସେବାୟତଙ୍କୁ କରୋନା ଟିକା । ଦୈନିକ ୫୦ଜଣ ସେବାୟତଙ୍କୁ ଦିଆଯିବ ଟିକା

Advertisment
ଆଜିଠୁ ଲିଙ୍ଗରାଜ ମନ୍ଦିରର ସେବାୟତଙ୍କୁ କରୋନା ଟିକା । ଦୈନିକ ୫୦ଜଣ ସେବାୟତଙ୍କୁ ଦିଆଯିବ ଟିକା

କନକ ବ୍ୟୁରୋ : ଆଜି ଠାରୁ କରୋନା ଟିକା ନେଉଛନ୍ତି ଲିଙ୍ଗରାଜ ମନ୍ଦିର ସେବାୟତ । ଏନେଇ ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ସକାଳ ୧୦ଟାରୁ ବିଏମସି ହସ୍ପିଟାଲରେ ସେବାୟତଙ୍କ ଟିକାକରଣ କରାଯାଉଛି । ସୂଚନା ଅନୁସାରେ ପ୍ରାୟ ୩ ଶହ ସେବାୟତ କରୋନା ଟିକା ନେବେ ।

ସେବାୟତଙ୍କୁ କରୋନା ଟିକା ପ୍ରଦାନ ଆରମ୍ଭ ହୋଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ସେବାୟତ ନିଯୋଗ । ୬୦ ବର୍ଷରୁ ଅଧିକ ବୟସର ସେବାୟତଙ୍କୁ ଏହି ଟିକା ପ୍ରଦାନ କରାଯାଉଛି । ଟିକା ନେବାକୁ ଥିବା ସମସ୍ତ ସେବାୟତଙ୍କୁ ସାଙ୍ଗରେ ନିଜର ପରିଚୟପତ୍ର ଆଣି ଡାଟା ଏଂଟ୍ରି କରାଇବା ପରେ ଟିକା ଦିଆଯାଉଥିବା କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe