କନକ ବ୍ୟୁରୋ : ଆଜି ଠାରୁ କରୋନା ଟିକା ନେଉଛନ୍ତି ଲିଙ୍ଗରାଜ ମନ୍ଦିର ସେବାୟତ । ଏନେଇ ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ସକାଳ ୧୦ଟାରୁ ବିଏମସି ହସ୍ପିଟାଲରେ ସେବାୟତଙ୍କ ଟିକାକରଣ କରାଯାଉଛି । ସୂଚନା ଅନୁସାରେ ପ୍ରାୟ ୩ ଶହ ସେବାୟତ କରୋନା ଟିକା ନେବେ ।
ସେବାୟତଙ୍କୁ କରୋନା ଟିକା ପ୍ରଦାନ ଆରମ୍ଭ ହୋଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ସେବାୟତ ନିଯୋଗ । ୬୦ ବର୍ଷରୁ ଅଧିକ ବୟସର ସେବାୟତଙ୍କୁ ଏହି ଟିକା ପ୍ରଦାନ କରାଯାଉଛି । ଟିକା ନେବାକୁ ଥିବା ସମସ୍ତ ସେବାୟତଙ୍କୁ ସାଙ୍ଗରେ ନିଜର ପରିଚୟପତ୍ର ଆଣି ଡାଟା ଏଂଟ୍ରି କରାଇବା ପରେ ଟିକା ଦିଆଯାଉଥିବା କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/16-17.jpg)