କନକ ବ୍ୟୁରୋ : ବିନା ଭକ୍ତରେ ମହାପ୍ରଭୁଙ୍କ ସୁନାବେଶ ସମାପନ ହୋଇଥିବା ବେଳେ ଶ୍ରୀଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରା ଭଳି ସୁନାବେଶରେ ମଧ୍ୟ ସମାନ ଅଭିଯୋଗ ଆସିଛି । ରଥ ଉପରେ ଠାକୁରଙ୍କ ଆଗରେ ଗହଳି କରିଛନ୍ତି ସେବାୟତ । ଫଳରେ ମହାପ୍ରଭୁଙ୍କ ଏହି ଅନୁପମ ରୂପକୁ ଦର୍ଶନ କରିବାରେ ସମସ୍ୟା ସୃଷ୍ଟି ହୋଇଛି । କୋଭିଡ କଟକଣା ଯୋଗୁଁ ଭକ୍ତମାନେ ଶ୍ରୀକ୍ଷେତ୍ରକୁ ଯାଇ ଶ୍ରୀଜିଉଙ୍କୁ ଦେଖି ପାରିନାହାନ୍ତି । କେବଳ ଟିଭି ପରଦା ବା ଇଂଟରନେଟ୍ ମାଧ୍ୟମରେ ଦର୍ଶନ କରିଛନ୍ତି ଦେଶ ବିଦେଶର ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀ ।
ତେବେ ରଥ ଉପରେ ଅନେକ ସମୟରେ ସେବାୟତମାନେ ଶ୍ରୀଜିଉଙ୍କ ସମୁଖରେ ଛିଡ଼ା ହେଉଥିବାରୁ ନିରାଶ ହୋଇଛନ୍ତି ଶ୍ରଦ୍ଧାଳୁ । କେବଳ ନୀତିକାନ୍ତି ସହ ସଂପୃକ୍ତ ଥିବା ସେବାୟତ ରଥ ଉପରକୁ ଯିବେ ବୋଲି କହିଥିଲା ଶ୍ରୀମନ୍ଦିର ପ୍ରଶାସନ । ଏପରିକି ଶ୍ରୀଜିଉଙ୍କୁ ଅବରୋଧ କରାଯିବ ନାହିଁ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା । ଏହି ନିଷ୍ପତ୍ତି ପଛରେ ଦୁଇଟି କାରଣ ଥିଲା, ଗୋଟିଏ କାରଣ ହେଉଛି, ଟିଭି ପରଦାରେ ଯେପରି ଭଲ ଭାବେ ଦର୍ଶନ କରିହେବ ଏବଂ ଅନ୍ୟ କାରଣଟି ହେଲା କୋଭିଡ୍ ନିୟମକୁ ମାନି ଅଯଥା ଗହଳି ସୃଷ୍ଟି କରିବାକୁ ଦିଆଯିବନି ।
ହେଲେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଇନଥିବା ଦେଖିବାକୁ ମିଳିଛି । ଶ୍ରୀଜିଉଙ୍କ ଆଗରେ ସେବାୟତଙ୍କ ଭିଡ଼ ଦେଖାଯାଇଛି । ଶ୍ରୀଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରା ବେଳେ ମଧ୍ୟ ଏ ନେଇ ଅଭିଯୋଗ ହୋଇଥିଲା । ସୁନାବେଶରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । ଏହାକୁ ନାପସନ୍ଦ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/22-22.jpg)