ଏକାମ୍ରକ୍ଷେତ୍ରରୁ ବାଇ-ଲ’ ପ୍ରତ୍ୟାହାର ଦାବିରେ ସେବାୟତଙ୍କ ପ୍ରତିବାଦ : ନିଖିଳ ଓଡ଼ିଶା ସେବାୟତ ସମିତି ପକ୍ଷରୁ ସାରା ରାଜ୍ୟର ମନ୍ଦିର ଗୁଡ଼ିକରେ ଘଂଟମାଡ଼ ପ୍ରତିବାଦ

ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଏକାଠି ହେଲେ ସେବାୟତ

78

କନକ ବ୍ୟୁରୋ : ଏକାମ୍ରକ୍ଷେତ୍ରରୁ ବାଇ-ଲ’ ପ୍ରତ୍ୟାହାର ଦାବିରେ ସେବାୟତଙ୍କ ପ୍ରତିବାଦ । ନିଖିଳ ଓଡ଼ିଶା ସେବାୟତ ସମିତି ପକ୍ଷରୁ ସାରା ରାଜ୍ୟର ମନ୍ଦିର ଗୁଡ଼ିକରେ ଘଂଟମାଡ଼ ପ୍ରତିବାଦ କରାଯାଇଛି । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଏକାଠି ହୋଇଥିଲେ ସେବାୟତ । ଶ୍ରୀକ୍ଷେତ୍ର ଭଳି ଏକାମ୍ରକ୍ଷେତ୍ରରୁ ମଧ୍ୟ ଜାତୀୟ ସ୍ମାରକୀ ପ୍ରାଧିକରଣର ପ୍ରସ୍ତାବିତ ଚିଠା ପ୍ରସ୍ତାବକୁ ପ୍ରତ୍ୟାହାର ଦାବି କରିଆସୁଛନ୍ତି ସେବାୟତ ଓ ସାଧାରଣ ଭକ୍ତ । ଶ୍ରୀଲିଙ୍ଗରାଜ ମନ୍ଦିର ଐତିହ୍ୟ କରିଡରକୁ ବାଧା ଦେବାକୁ ଆସିଥିବା ବାଇ-ଲ’କୁ ବିରୋଧ କରାଯାଇଛି । ଏହି ପ୍ରସ୍ତାବିତ ଚିଠା ଅଧିନିୟମ ଫଳରେ ଭୁବନେଶ୍ୱରର ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ପ୍ରଭାବିତ ହେବ ।