କନକ ବ୍ୟୁରୋ: ଭାରତର ଆରମ୍ଭ ହୋଇଛି ୫-ଜି ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ପ୍ରଗତି ମୈଦାନରେ ଏହାର ଶୁଭାରମ୍ଭ କରିଛନ୍ତି । ଭାରତ ପାଇଁ ଏହା ଏକ ବିଶେଷ ମୂହୂର୍ତ୍ତ । ଏହା ସହ ଇଣ୍ଟରନେଟ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଏହି ଅବସରରେ ଦିଲ୍ଲୀର ପ୍ରଗତି ମୈଦାନରେ ଆୟୋଜିତ ଇଣ୍ଡିଆନ ମୋବାଇଲ କଂଗ୍ରେସରେ ୫-ଜିର ଶୁଭାରମ୍ଭ କରି ଟେଲିକମ ଅପରଟେରସଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ୫-ଜି ଆରମ୍ଭ ଅବସରରେ ବଡ ବଡ ଶିଳ୍ପପତି ବି ଉପସ୍ଥିତ ଥିଲେ । ମୋଦି ଜିୟୋ, ଏୟାରଟେଲ୍ ଓ ଅନ୍ୟ କମ୍ପାନୀର ଷ୍ଟଲ ବୁଲିବା ସହ ନୂଆ କୌଶଳର ଡେମୋ ଦେଖିଥିଲେ । ଏହାଛଡା ମେଡିକାଲ କ୍ଷେତ୍ରରେ ମିଳିବାକୁ ଥିବା ସୁବିଧା ବିଷୟରେ ପଚାରି ବୁଝିଥିଲେ । ଏହାଛଡା ପ୍ରତିରକ୍ଷା ଓ କୃଷି କ୍ଷେତ୍ରରେ ୫ଜି କିଭଳି ସୁବିଧା ଆଣିବ ସେ ନେଇ ଆଲୋଚନା କରିଥିଲେ । ବର୍ତମାନ ଦେଶର ସବୁ ସ୍ଥାନରେ ୫-ଜି ସେବା ଉପଲବ୍ଧ ହେବନାହି । ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇ ସମେତ କିଛି ସ୍ଥାନରେ ଏହି ସେବା ମିଳିବ । ହେଲେ ଓଡିଶାର କୌଣସି ସହରକୁ ମିଳିନାହିଁ ଏହି ସେବା ।

Advertisment

- ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡୀଗଡ଼, ଗାନ୍ଧିନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଚେନ୍ନାଇ, ଲକ୍ଷେ୍ନø, ପୁନେ, ଦିଲ୍ଲୀ ଓ ମୁମ୍ବାଇରେ ୫-ଜି ସେବା
- ପର୍ଯ୍ୟାୟ କ୍ରମେ ଅନ୍ୟ ସହରରେ ଉପଲବ୍ଧ ହେବ ସେବା
- ୫-ଜିରେ ଆଖି ପିଛୁଳାକେ ଖୋଲିଯିବ ୱେବ୍ପେଜ୍
- ୫-ଜିର ସ୍ପିଡ୍ ବର୍ତମାନର ସ୍ପିଡ୍ଠାରୁ ଢେର ଅଧିକ ହେବ
- ଅତି କମ୍ ସମୟରେ ଫଟୋ ଓ ଭିଡିଓ ଡାଉନ୍ଲୋଡ କିମ୍ବା ଅପ୍ଲୋଡ କରିହେବ
- ଏକାଧିକ ଡିଭାଇସ୍କୁ ଇଂଟରନେଟ୍ ସହ ଯୋଡାଯାଇ ପାରିବ
- ୫-ଜି ନେଟୱର୍କର ସ୍ପିଡ୍ ୧ ସେକେଣ୍ଡରେ ୨୦ ଜିବି ପର୍ଯ୍ୟନ୍ତ ହେବ
- ହାଇସ୍ପିଡ୍ ଇଂଟରନେଟ୍ ଯୋଗୁ ଭିଡିଓ କଲ୍ କରିବା ଆହୁରି ସହଜ ହେବ
-୪ ଜି ତୁଳନାରେ ୫ ଜି ଟେଲିକମ ସେବା ୧୦ ଗୁଣା ଦ୍ରୁତ ରହିବ
-ଲୋକଙ୍କ କାର୍ଯ୍ୟ ଅଧିକ ସହଜ ହେବ
-ଯୋଗାଯୋଗ ଓ ମନୋରଞ୍ଜନ କ୍ଷେତ୍ରରେ ପ୍ରଭାବ ଦେଖିବାକୁ ମିଳିବ
- ନେଟୱର୍କର ସ୍ପିଡ୍ ୧ ସେକେଣ୍ଡରେ ୨୦ ଜିବି ପର୍ଯ୍ୟନ୍ତ ହେବ
- ଆଖି ପିଛୁଳାକେ ଖୋଲିଯିବ ୱେବ ପେଜ୍
- ଅନଲାଇନ୍ ଭିଡିଓ ଦେଖିବା ସମୟରେ ବଫରିଂ ଇତିହାସ ହୋଇଯାଇପାରେ
- ହାଇସ୍ପିଡ୍ ଇଂଟରନେଟ୍ ଯୋଗୁ ଭିଡିଓ କଲ୍ ଆହୁରି ସହଜ ହେବ
- ଅତି କମ୍ ସମୟରେ ଫଟୋ ଓ ଭିଡିଓ ଡାଉନଲୋଡ କିମ୍ବା ଅପଲୋଡ କରିହେବ
- ମାତ୍ର ୫ରୁ ୬ ସେକେଣ୍ଡରେ ପୂରା ଫିଲ୍ମ ଡାଉନଲୋଡ୍ ହୋଇପାରିବ
ଅତି ସହଜରେ ଅନଲାଇନରେ ପାଠ ପଢ଼ିପାରିବେ ପିଲା
- ୫-ଜି ଆସିଲେ ଅନଲାଇନ୍ କାମ ଆହୁରି ଶୀଘ୍ର ହୋଇପାରିବ
- ଇଂଟର ନେଟ୍ କଲରେ ଟୋନ କଟିବ ନାହିଁ