୮୫ % ପିଲା ଚାହାନ୍ତି ସ୍କୁଲ ଖୋଲୁ । ସର୍ଭେ ପରେ ରାଜ୍ୟ ଶିଶୁ ଅଧିକାର ଆୟୋଗର ସୂଚନା ।

269

କନକ ବ୍ୟୁରୋ: ସ୍କୁଲ ଖୋଲିବା ନେଇ ବଡ ଖବର । ୮୫ % ପିଲା ଚାହାନ୍ତି ସ୍କୁଲ ଖୋଲୁ । ସ୍କୁଲ ଖୋଲିବା ପ୍ରସଙ୍ଗରେ ରାଜ୍ୟ ଶିଶୁ ଅଧିକାର ଆୟୋଗର ସର୍ଭେରୁ ସ୍ପଷ୍ଟ ହେଲା ପିଲାଙ୍କ ମତ । ସ୍କୁଲ ଖୋଲିବା ପୂର୍ବରୁ ୩ଟି ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଉ । ମାସ୍କ, ହାତ ଧୋଇବା, ଥର୍ମାଲ ସ୍କ୍ରିନିଂ ଉପରେ ଗୁରୁତ୍ୱ ।

ସର୍ଭେକୁ ଆଧାର କରି ସରକାରଙ୍କୁ ସୁପାରିସ କଲା ଆୟୋଗ । କରୋନା ଠାରୁ ଦୂରେଇ ରହିବାକୁ ସ୍କୁଲ ସମସ୍ତ ପଦକ୍ଷେପ ନେଉ । ଅଭିଭାବକଙ୍କ ସହ ଆଲୋଚନା କରନ୍ତୁ କର୍ତ୍ତ ୃପକ୍ଷ । ଆବଶ୍ୟକ ସମୟରେ ବିଶେଷଜ୍ଞଙ୍କ ସହାୟତା ନେଉ ସ୍କୁଲ ବୋଲି ସର୍ଭେ ପରେ କହିଛି ଆୟୋଗ । ତେବେ ଆସନ୍ତା ୮ ତାରିଖରୁ ସ୍କୁଲ ଖୋଲିବା ନେଇ ସରକାର ଘୋଷଣା କରିଛନ୍ତି । ସ୍କୁଲ ସହ ହଷ୍ଟେଲ ଖୋଲିବାକୁ ବି ନିର୍ଦ୍ଦେଶ ଜାରି ହୋଇଛି । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ସ୍କୁଲ । କରୋନା ଗାଇଡଲାଇନ ମାନି ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।