ଘରେ କଳାକନା ବୁଲାଇଲା ଚାକରାଣୀ । ସୁନା ଗହଣା ଲୁଟି ଚଢୁଥିଲା କାର୍ । ଅଭିଯୋଗ ପରେ ଗିରଫ କଲା ପୋଲିସ ।

Advertisment
ଘରେ କଳାକନା ବୁଲାଇଲା ଚାକରାଣୀ । ସୁନା ଗହଣା ଲୁଟି ଚଢୁଥିଲା କାର୍ । ଅଭିଯୋଗ ପରେ ଗିରଫ କଲା ପୋଲିସ ।

କନକ ବ୍ୟୁରୋ: ଘରେ ଚାକରାଣୀ ବୁଲାଇଲା କଳାକନା । ଘରେ ମାଲିକାଣି ନଥିବା ସମୟରେ ସୁନା ଗହଣା ଲୁଟି ଫେରାର ହୋଇଗଲା ଚାକରାଣୀ । କାହାଣୀ କେବଳ ଏତିକିରେ ଅଟକି ନଥିଲା । ଚୋରି କରିଥିବା ସୁନାକୁ ବ୍ୟାଙ୍କରେ ବନ୍ଧକ ରଖି ଥିଲା ଚାକରାଣୀ । ଚୋରି ସୁନାକୁ ବନ୍ଧକ ରଖିବା ପରେ ଯେଉଁ ଟଙ୍କା ଆଣିଥିଲା , ସେହି ଟଙ୍କାରେ ଗାଡି କିଣି ଚଢୁଥିଲା । ଏପରି ଏକ ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଅଂଚଳର । ଖଣ୍ଡଗିରି ଥାନାରେ ଏତଲା ପରେ ଖଣ୍ଡଗିରି ପୋଲିସ ଚାକରାଣୀ ଓ ତାର ସହଯୋଗୀକୁ ଗିରଫ କରିଛି । ଚୋରି ହୋଇଥିବା ସୁନା, ଗହଣା ଜବତ କରିଛି । ଗିରଫ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଖଣ୍ଡଗିରି ଥାନା ଆଇଆଇସି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe