ରାତା ରାତି ଲକ୍ଷପତି ହେଲେ ଆଇଏଏସଙ୍କ ଘରେ କାମ କରୁଥିବା ଚାକର ! ଘଟଣା ଜାଣି ସମସ୍ତଙ୍କ ଉଡିଗଲା ହୋସ ।

28

ଛତିଶଗଡ଼ର ରାୟପୁରରେ ଜଣେ ପୂର୍ବ ଆଇଏଏସ୍ ଅଧିକାରୀଙ୍କ ଘରେ କାମ କରୁଥିବା ଚାକର ରାତାରାତି ଲକ୍ଷପତି ହୋଇଯିବା ପରେ ଖୁସି ହୋଇଥିଲେ ଆଇଏଏସ୍ ଅଧିକାରୀ ଏବଂ ତାଙ୍କ ପରିବାର । କିନ୍ତୁ ଚାକର ଲକ୍ଷପତି ହେବା ପଛର କାରଣ ମାଲିକକୁ ଜଣା ନଥିଲା । ଯେତେବେଳେ ପ୍ରକୃତ କାରଣ ସାମ୍ନାକୁ ଆସିଲା ସେତେବେଳେ ଆଇଏଏସ୍ ଅଧିକାରୀଙ୍କ ହୋସ ଉଡ଼ି ଯାଇଥିଲା । ସତ ସାମ୍ନାକୁ ଆସିବ ପରେ ଏବେ ଅଭିଯୁକ୍ତ ଚାକରକୁ ଗିରଫ କରିଛି ପୁଲିସ ।

ସୂଚନା ମୁତାବକ, ରାୟପୁରରେ ରହୁଥିବା ଆଇଏଏସ୍ ଅଧିକାରୀ ସୁଭାଷ ମଜମୁଦାରଙ୍କ ଘରେ କାମ କରୁଥିବା ସତ୍ୟଭାମ ଲୁଚି ଲୁଚି ଆଇଏଏସ୍ ଅଧିକାରୀଙ୍କ ଘର ପଛପଟେ ଥିବା ୨୪୫୦ ବର୍ଗଫୁଟର ଜାଗାକୁ ବିକ୍ରି କରୁଥିଲେ । ଆଇଏଏସ୍ ଅଧିକାରୀଙ୍କୁ ନ ଜଣାଇ ବିଲଡ଼ରମାନଙ୍କୁ ସେ କିଛି କିଛି ଜାଗା ବିକ୍ରି କରୁଥିବା ବେଳେ ୧୧ଲକ୍ଷ ଟଙ୍କା ପାଇ ସାରିଥିଲେ । ୧୫ବର୍ଷ ହେବ ସତ୍ୟଭାମ କାମ କରୁଥିବାରୁ ଘରେ କେହି ତାଙ୍କ ଉପରେ ସନ୍ଦେହ କରି ନଥିଲେ । ସ୍ତ୍ରୀ ଯିବା ପରେ ଆଇଏଏସ୍ ଅଧିକାରୀ ଘରର କାମ କରିବା ପାଇଁ ସତ୍ୟଭାମକୁ ରଖିଥିଲେ । ଯାହା ପାଇଁ ସେ ଘରର କାମ କରି ବିଶ୍ୱାସ ଜିତିବା ପରେ ଲୁଚି ଲୁଚି ଜାଗା ବିକ୍ରି କରିବା ଆରମ୍ଭ କରିଥିଲେ ।

ଜୁଲାଇ ୨୦୧୮ରେ ଆଇଏଏସ୍ ଅଧିକାରୀ ଦୁଇ ପୁଅ ଘରକୁ ଆସିବା ପରେ ଘର ଫଛପଟେ ଥିବା ଜାଗା ବିକ୍ରି ହୋଇଥିବା ଜାଣିବାକୁ ପାଇଥିଲେ ସୁଭାଷ ମଜମୁଦାର । ଖାଲି ଷ୍ଟାମ୍ପ ପେପରରେ ଦସ୍ତଖତ କରାଇ ସତ୍ୟଭାମ ଏପରି କରିଥିବା ଜଣା ପଡ଼ିବା ପରେ ପୁଲିସରେ ଅଭିଯୋଗ କରାଯାଇଥିଲା । ଯାହା ପରେ ତାକୁ ଗିରଫ କରାଯାଇଛି ।