ସ୍ପୁଟନିକ୍-ଭି ଉତ୍ପାଦନ କରିବ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ : ଡିସିଜିଆଇ ପରୀକ୍ଷଣ ଓ ବିଶ୍ଳେଷଣ କରିବାକୁ ଅନୁମତି

124

କନକ ବ୍ୟୁରୋ : ଭାରତରେ ଋଷିଆ ଟିକା ତିଆରି କରିବ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ । ଏନେଇ ଡିସିଜିିଆଇ ସେରମ୍ ଇନଷ୍ଟିଚ୍ୟୁଟକୁ ଅନୁମତି ଦେଇଛି । ବର୍ତ୍ତମାନ ସେରମ୍ ଇନଷ୍ଟିଚ୍ୟୁଟ୍, ଅକ୍ସଫୋର୍ଡର କରୋନା ଟିକା କୋଭିସିଲ୍ଡ ପ୍ରସ୍ତୁତ କରୁଛି । ବର୍ତ୍ତମାନ ଏହା ଋଷିଆ ଟିକା ସ୍ପୁଟନିକ୍ ଭି ମଧ୍ୟ ନିର୍ମାଣ କରିବ ।

ପୂର୍ବରୁ ସେରମ୍ ଇନଷ୍ଟିଚ୍ୟୁଟ୍ ରୁଷିଆ ଟିକାର ନିର୍ମାଣ କରିବା ସହ ବିଶ୍ଳେଷଣ ଓ ଅନୁଧ୍ୟାନ କରିବା ନେଇ ଡିସିଜିଆଇ ନିକଟରେ ଆବେଦନ କରିଥିଲା । ଭାରତରେ ବର୍ତମାନ ଡକ୍ଟର ରେଡି ଲ୍ୟାବ ସ୍ପୁଟନିକ୍-ଭି ଟିକା ତିଆରି କରୁଛି । ସର୍ଭେ ଅନୁସାରେ ସ୍ପୁଟନିକ୍-ଭି ଟିକାର ଦୁଇଟି ଡୋଜର ସଫଳତା ହାର ବେଶ ଅଧିକ ରହିଛି । ପୂର୍ବରୁ ଡକ୍ଟର ରେଡିସ୍ ଲାବୋରେଟୋରିଜ୍, ରୁଷିଆ ଟିକା ‘ସ୍ପୁଟନିକ୍-ଭି’ ତିଆରି ପାଇଁ ଅନୁମତି ପାଇଛି ।