ସ୍ୱେଚ୍ଛାସେବୀଙ୍କ ବିରୋଧରେ ସେରମ ଇନଷ୍ଟିଚ୍ୟୁଟର ଶହେ କୋଟିର ମାନହାନୀ ମକଦ୍ଦମା । ଟିକା ପରୀକ୍ଷଣରେ ସାମିଲ ହୋଇଥିବା ସ୍ୱେଚ୍ଛାସେବୀ ଆଣିଥିଲେ ଅଭିଯୋଗ

182

କନକ ବ୍ୟୁରୋ : ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ଅକ୍ସଫୋର୍ଡ଼ ଟିକା ପରୀକ୍ଷଣରେ ସାମିଲ ହୋଇଥିବା ଜଣେ ବ୍ୟକ୍ତି ଗୁରୁତର ଅଭିଯୋଗ ଆଣିଛନ୍ତି । ପରୀକ୍ଷଣରେ ଭାଗ ନେବା ପରେ ଏହାର ତୀବ୍ର ପାଶ୍ୱର୍ ପ୍ରତିକ୍ରୀୟା ଦେଖାଦେଇଥିବା ଅଭିଯୋଗ ଆଣି ୫କୋଟି ଟଙ୍କା ଦାବି କରିଛନ୍ତି । ତେବେ ବ୍ୟକ୍ତିଙ୍କର ଏପରି ଅଭିଯୋଗ ପରେ ତାଙ୍କ ଉପରେ ୧୦୦କୋଟି ଟଙ୍କାର ମାନହାନୀ ମକଦ୍ଦମା ମାମଲା ରୁଜୁ କରିଛି ସେରମ ।

ସେରମ୍ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ଅକ୍ସଫୋର୍ଡ଼ ଟିକାର ପରୀକ୍ଷଣରେ ଭାଗ ନେଇଥିବା ଚେନ୍ନାଇର ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାୟୀ, ଟିକା ନେବା ପରେ ଗୁରୁତର ପାଶ୍ୱର୍ ପ୍ରତିକ୍ରିୟା ଆସିଥିଲା । ଏବଂ ସେ ମାନସିକ ରୋଗର ଶିକାର ହୋଇଥିଲେ ବୋଲି ଅଭିଯୋଗ କରିଛନ୍ତି । ତେବେ ସେ କ୍ଷତିପୂରଣ ବାବଦରେ ୫କୋଟି ଟଙ୍କା ଦାବି କରିଛନ୍ତି । କିନ୍ତୁ ଅଭିଯୋଗ ସମ୍ପୁର୍ଣ୍ଣ ମିଥ୍ୟା ଓ ମନଗଢ଼ା ବୋଲି ସେରମ୍ ପକ୍ଷରୁ କୁହାଯାଇଛି । ସେହି ବ୍ୟକ୍ତି ଜଣଙ୍କ ଯୋଜନାବଦ୍ଧ ଭାବେ ଏଭଳି ଭିତିହୀନ ଅଭିଯୋଗ । ଏପରିକି ତାଙ୍କ ଅଭିଯୋଗ ମିଥ୍ୟା ବୋଲି ପ୍ରମାଣିତ ହୋଇଥିବା ସେରମ ପକ୍ଷରୁ କୁହାଯାଇଛି । ଏହା ସହିତ ସେରମ୍ ଇନଷ୍ଟିଚ୍ୟୁଟ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମୋକଦ୍ଦମା କରିଛି ।

ଶ୍ରୀରାମଚନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ହାଇଅର ଏଜୁକେସନରେ ହୋଇଥିବା ଟ୍ରାୟଲରେ ଏହି ବ୍ୟକ୍ତି ଜଣକ ସାମିଲ ହୋଇଥିଲେ । ତେବେ ଚେନ୍ନାଇରେ ଅନୁଷ୍ଠିତ ଅକ୍ସଫୋର୍ଡ଼ ଟିକା ପରୀକ୍ଷଣରେ ଭାଗ ନେଇଥିବା ଶତାଧିକ ସ୍ୱେଚ୍ଛାସେବୀଙ୍କ ଠାରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ନାହିଁ ବୋଲି ସେରମ୍ ସ୍ପଷ୍ଟ କରିଛି ।

ସ୍ୱେଚ୍ଛାସେବୀ ଜଣକ ‘ଭର୍ଚୁଆଲ ନ୍ୟୁରୋଲୋଜିକାଲ ବ୍ରେକଡାଉନ’ରେ ପୀଡିତ ହୋଇଥିବା ଅଭିଯୋଗ ଆଣିଛନ୍ତି । ଏପରିକି ଏଥିପାଇଁ ତାଙ୍କର ବାକ୍ ଶକ୍ତି ଚାଲିଯାଇଥିବା ସେ ଅଭିଯୋଗ ଆଣିଛନ୍ତି । ସେପଟେ ଏହା ଟିକାର ପାଶ୍ୱର୍ ପ୍ରତିକ୍ରୀୟା ନୁହେଁ ବୋଲି ସେରମ ପକ୍ଷରୁ ସ୍ପଷ୍ଟ କରାଯାଇଛି ।