କୋଭିଡ ଟିକାର ଦାମକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂରକଲା ସେରମ ଇନଷ୍ଟିଚ୍ୟୁଟ୍ । କହିଲା ବିଶ୍ୱ ଓ ଭାରତରେ ଟିକା ଦରକୁ ନେଇ ଭୁଲ ତୁଳନା କରାଯାଉଛି

411

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଅଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । କରୋନା ବିରୋଧ ଲଢେଇରେ ମୁଖ୍ୟ ଅସ୍ତ୍ର କୁହାଯାଉଥିବା ଟିକାର ଦାମକୁ ନେଇ ଏପଟେ ଲାଗିରହିଛି ଦ୍ୱନ୍ଦ୍ୱ । ଏହି ଦ୍ୱନ୍ଦ୍ୱକୁ ଦୂର କରିବାକୁ ଆଜି ଟିକା ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାୱାଲା ଏକ ସାମ୍ବାଦିକ ସମ୍ମିଳନୀ କରି ଟିକାର ଦାମକୁ ନଇ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି କି ପ୍ରଥମେ କୋଭିସିଲ୍ଡର ଦାମ ବହୁତ କମ ରହିଥିଲା । କାରଣ ସତେବେଳେ ଦେଶମାନେ ଆଗୁଆ ଫଣ୍ଡି କରିଥିଲେ । ତଥାପି ଏବେବି କୋଭିସିଲ୍ଡ ଦେଶର ସବୁଠାରୁ ଶସ୍ତା ଟିକାମାନଙ୍କ ମଧ୍ୟରେ ଅନ୍ୟତମ ବୋଲି ସେ କହିଛନ୍ତି ।

ଅନ୍ୟପଟେ ସେ କହିଛନ୍ତି କି କେବଳ କିଛି ଟିକା ଘରୋଇ ହସ୍ପିଟାଲକୁ ପ୍ରତି ଡୋଜ ୬ ଶହ ଟଙ୍କାରେ ବିକ୍ରି ହେବ । ଏହାସହ ସେ କହିଥିଲେ କି ସେରମ୍ ଏବେ ୩ ଟି ଦରରେ କୋଭିସିଲ୍ଡ ଟିକା ବିକ୍ରି କରୁଛି । ରାଜ୍ୟ ସରକାର ମାନଙ୍କୁ ପ୍ରତି ଡୋଜ ୪୦୦ ଟଙ୍କାରେ ବିକ୍ରି କରାଯିବ ଓ କେନ୍ଦ୍ରକୁ ପ୍ରତିଡୋଜକୁ ୧୫୦ ଟଙ୍କାରେ ବିକ୍ରି କରାଯିବ ବୋଲି ପୁନାୱାଲା ସ୍ପଷ୍ଟ କରିଛନ୍ତି । ମେ’ ୧ ତାରିଖରୁ ଏହି ନୂଆ ଦରରେ ଟିକା ବିକ୍ରି କରାଯିବ ବୋଲି ଶ୍ରୀ ପୁନାୱାଲା ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ।