କୋଭିସିଲ୍ଡ ଟିକାର ଦର ଧାର୍ଯ୍ୟ କଲା ସେରମ । ରାଜ୍ୟ ସରକାର ୪୦୦ ଓ ପ୍ରାଇଭେଟ ହସ୍ପିଟାଲ ୬୦୦ ଟଙ୍କାରେ କିଣିପାରିବେ ଟିକା ।

993

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କୁ  ୫୦ ପ୍ରତିଶତ ଟୀକା ଯୋଗାଇବେ ଉତ୍ପାଦନକାରୀ ସଂସ୍ଥା । ଅଥାର୍ତ ଉତ୍ପାଦନକାରୀ ସଂସ୍ଥା ଠାରୁ ଟିକା କିଣିପାରିବେ ରାଜ୍ୟ ସରକାର । ତେବେ ଏହାପୂର୍ବରୁ ଟିକାର ଦର ସ୍ଥିର କରିଛି ଟିକା ଉତ୍ପାଦନକାରୀ ସଂସ୍ଥା ସେରମ ଇନଷ୍ଟିଚ୍ୟୁଟ । ରାଜ୍ୟ ସରକାରଙ୍କୁ ୪୦୦ ଟଙ୍କାରେ ଏହି ଟିକା ଯୋଗାଇ ଦିଆଯିବ ସେହିଭଳି ପ୍ରାଇଭେଟ ହସ୍ପିଟାଲ ଗୁଡିକ ଏହି ଟିକା କିଣିଲେ ୬୦୦ ଟଙ୍କା ଦେବାକୁ ପଡିବ ।

ବିଶ୍ୱସ୍ତରରେ ବିକ୍ରି ହେଉଥିବା ଅନ୍ୟ ଟିକା ତୁଳନାରେ କୋଭିସିଲ୍ଡ ଟିକା ଟିକିଏ ଶସ୍ତା ରହିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଯେଉଁଠି ଆମେରିକା ଭ୍ୟାକସିନର ଦର ୧୫୦୦, ରଷିଆ ଭ୍ୟାକସିନର ଦର ୭୫୦ ଓ ଚୀନ ଭ୍ୟାକସିନର ଦର ୭୫୦ ରହିଛି । ସେଠାରେ କୋଭିସିଲ୍ଡର ଦର ଅପେକ୍ଷାକୃତ କମ ରହିଛି । ଆସନ୍ତା ମେ ୧ରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମଧ୍ୟ କରୋନା ଟିକା ଦିଆଯିବା ନେଇ ନିଷ୍ପତି ନିଆଯାଇଛି । ତେଣୁ ଏହାପୂର୍ବରୁ ଟିକାର ଦର ସ୍ଥିର କରିଛି କମ୍ପାନି ।