ରାଜଧାନୀରେ ଆରଏମଆରସିର ସେରୋଲଜିକାଲ ସର୍ଭେ : ୧.୪୨% ଲୋକଙ୍କ ଦେହରେ ବିକଶିତ ହେଉଛି ଆଂଟିବଡି; କଂରୋନ ସଂକ୍ରମିତ ହୋଇ ହେଉଛନ୍ତି ସୁସ୍ଥ
କନକ ବ୍ୟୁରୋ : ରାଜଧାନୀରେ କରୋନା ଜନିତ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ , ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । କେତେ ଲୋକଙ୍କୁ କରୋନା ହୋଇ ଆପେ ଆପେ ସୁସ୍ଥ ହୋଇଯାଇଛନ୍ତି , କେତେ ଲୋକଙ୍କ ଦେହରେ ଆଂଟିବଡି ବିକଶିତ ହୋଇଛି ତାହା ଜାଣିବା ପାଇଁ ଆରଏମଆରସି ପକ୍ଷରୁ ସେରୋଲଜିକାଲ ସର୍ଭେ ହୋଇଥିଲା । ଏଥିରେ ୯୫୧ ଜଣ ଲୋକଙ୍କର ନମୂନା ସଂଗ୍ରହ ହୋଇଥିଲା । ସେଥିରୁ ମାତ୍ର ୧୫ ଜଣଙ୍କର ସେରୋ ପଜିଟିଭ୍ ଆସିଛି । ଆର୍ଥାତ୍ ରାଜଧାନୀର ୧.୪୨ ପ୍ରତିଶତ ଲୋକଙ୍କ ଦେହରେ ଆଂଟିବଡି ବିକଶିତ ହୋଇଛି । ଅର୍ଥାତ୍ ସେମାନେ କରୋନା ସଂକ୍ରମିତ ହୋଇମଧ୍ୟ ଆପେ ଆପେ ସୁସ୍ଥ ହୋଇଯାଇଛନ୍ତି । ଆରଏମଆରସି ପକ୍ଷରୁ ହୋଇଥିବା ନମୂନା ପରୀକ୍ଷଣରୁ ଜଣାପଡିଛି ଯେ ଭୁବନେଶ୍ୱରରେ ଯଦି ୧୦ ଲକ୍ଷ ଲୋକ ବାସ କରୁଥାନ୍ତି ତେବେ ପ୍ରାୟ ୧୪ ହଜାର ୨୦୦ ଲୋକ ଏବେ ସୁଦ୍ଧା ଆପେ ଆପେ ସୁସ୍ଥ ହୋଇଛନ୍ତି । ଆରଏମଆରସି ରିପୋର୍ଟ ଅନୁସାରେ ୮ ହଜାରରୁ ୨୫ ହଜାର ଲୋକଙ୍କ ମଧ୍ୟରେ ଆଂଟିବଡି ବିକଶିତ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଲୋକସଂଖ୍ୟା ଏବଂ ନମୂନା ସଂଗ୍ରହ ହିସାବକୁ ଦେଖିଲେ ହାରାହାରି ୧.୪୨ ପ୍ରତିଶତ ଲୋକଙ୍କ ଦେହରେ ଏହା ବିକଶିତ ହୋଇଛି ବୋଲି କୁହାଯିବ ବୋଲି କୁହାଯାଇଛି । ଏବେ ଲକ୍ଷଣ ନଥିବା କରୋନା ଆକ୍ରାନ୍ତ ଅଧିକ ଥିବାରୁ ରାଜଧାନୀବାସୀ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖିବାକୁ ହେବ । ଏବେ ଅନ୍ତରୀଣ ରିପୋର୍ଟ ଆସିଛି । ଆଗକୁ ପୂର୍ଣ୍ଣାଂଗ ରିପୋର୍ଟ ଆସିଲେ ସବୁ କିଛି ଅଧିକ ସ୍ପଷ୍ଟ ହେବ ବୋଲି କହିଛି ଆରଏମଆରସି ।