ଆସିଲା ରାଜଧାନୀର ସେରୋ ସର୍ଭେ ରିପୋର୍ଟ: ଭୁବନେଶ୍ୱରର ମାତ୍ର ୧.୪% ଲୋକଙ୍କଠାରେ ଆଂଟିବଡି ଠାବ; ସେପଟେ ଆଜିଠାରୁ ବ୍ରହ୍ମପୁରରେ ଆରମ୍ଭ ହେଲା ସେରୋ ସର୍ଭେ

୨୫ ଶହ ଲୋକଙ୍କ ଠାରୁ ସଂଗ୍ରହ ହେବ ନମୁନା: ଆରଏମଆରସିର ସୂଚନା

295

କନକ ବ୍ୟୁରୋ: ଭୁବନେଶ୍ୱରରେ ମାତ୍ର ୧ ଦଶମିକ ୪ ପ୍ରତିଶତ ଲୋକଙ୍କ ଦେହରେ ଆଂଟିବଡି ସୃଷ୍ଟି ହୋଇଛି । ଅର୍ଥାତ ୧ ଦଶମିକ ୪ ପ୍ରତିଶତ ଲୋକ ଅଜାଣତରେ କରୋନା ଆକ୍ରାନ୍ତ ହୋଇ ଭଲ ହୋଇଯାଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ହୋଇଥିବା କମ୍ୟୁନିଟି ସେରୋ ସର୍ଭେରୁ ଏହା ଜଣାପଡିଛି । ହାଇରିସ୍କ ସେରୋ ସର୍ଭେରେ ବି ସମାନ ପ୍ରତିଶତ ଆଂଟିବଡି ଡେଭଲପ କରିଥିବା ଜଣାପଡିଛି । ପ୍ରଥମ ପର୍ଯ୍ୟାୟ ସର୍ଭେରେ ଜୁନ୍ ମାସର ସ୍ଥିତି ଜଣାପଡିଛି । ଏହାପରେ ଅଗଷ୍ଟ ୧୬ରେ ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ ହେବ । ଏଥିରୁ ଜୁଲାଇ ମାସର ସ୍ଥିତି ବିଷୟରେ ଜଣାପଡିବ । କ୍ରମାଗତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପର୍ଯ୍ୟାୟକ୍ରମେ କରାଯିବ, ଯାହା ଦ୍ୱାରା ଅପଡେଟ୍ ଜଣାପଡିବ ।

ଭୁବନେଶ୍ୱର ଓ ପୁରୀ ପରେ ଆଜିଠାରୁ ବ୍ରହ୍ମପୁରରେ ସେରୋ ସର୍ଭେ ଆରମ୍ଭ ହୋଇଛି । ୨୫ଟି ୱାର୍ଡରେ ନମୁନା ସଂଗ୍ରହ କରାଯିବ । ୨ହଜାର ୫୦୦ଟାର୍ଗେଟ ଥିବାବେଳେ ୧୫ଶହ କମ୍ୟୁନିଟି ଓ ହଜାରେ ହାଇରିସ୍କ ଗ୍ରୁପରୁ ନମୁନା ସଂଗ୍ରହ କରାଯିବ । କମ୍ୟୁନିଟି ଅର୍ଥାତ ସାଧାରଣ ଲୋକଙ୍କଠାରୁ ନମୁନା ସଂଗ୍ରହ କରାଯିବ । ଏବଂ ହାଇରିସ୍କ ଗ୍ରୁପ୍ ଅର୍ଥାତ ଡାକ୍ତର, ନର୍ସ, ପୁଲିସ କର୍ମଚାରୀ ଏବଂ ଯେଉଁମାନେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବାର ଅଧିକ ସମ୍ଭାବନା ରହିଛି ସେମାନଙ୍କଠାରୁ ନମୁନା ସଂଗ୍ରହ କରାଯିବ ।