ମାଲକାନଗିରିରେ ସେରୋ ସର୍ଭେ : ପୌରାଞ୍ଚଳର ୫୦% ଲୋକଙ୍କଠାରେ କୋଭିଡ୍‌ ପ୍ରତିଷେଧକ ଶକ୍ତି

64

କନକ ବ୍ୟୁରୋ :  ମାଲକାନଗିରି ସହରାଂଚଳରେ ୫୦ ପ୍ରତିଶତ ଲୋକଙ୍କ ଦେହରେ ସୃଷ୍ଟି ହୋଇଛି ଆଂଟିବଡି ବା ରୋଗ ପ୍ରତିରୋଧକ ଶକ୍ତି । ଏନେଇ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ସୂଚନା ଦେଇଛନ୍ତି । କହିଛନ୍ତି, ମାଲକାନଗିରି ପୌରାଂଚଳରେ ମୋଟ ୧୬୧୩ଟି ନମୁନା ନେଇ ସରୋରୋଜିକାଲ ସର୍ଭେ କରାଯାଇଥିଲା ।ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ଲୋକଙ୍କ ଦେହରେ ଆଂଟିବଡି ସୃଷ୍ଟି ହୋଇଛି । ଗ୍ରାମାଂଚଳରେ ମଧ୍ୟ ସେରୋ ସର୍ଭେ ଜାରି ରହିଛି । ଏହା ପୂର୍ବରୁ ଗଜପତି ଜିଲ୍ଲାର ୬୫ ପ୍ରତିଶତ ଲୋକଙ୍କ ଦେହରେ ଆଂଟିବଡି ସୃଷ୍ଟି ହୋଇଥିଲା ।

ଅନ୍ୟ ୫୦ପ୍ରତିଶତ ଲୋକଙ୍କ ନିକଟରେ ଏ ପର୍ଯ୍ୟନ୍ତ ପ୍ରତିଷେଧକ ଶକ୍ତି ସୃଷ୍ଟି ହୋଇ ନଥିବାରୁ ସଂକ୍ରମିତ ହେବାର ଯଥେଷ୍ଟ ଆଶଙ୍କା ରହିଛି । ତେଣୁ ସତର୍କ ରହିବା ସହ ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ପଡ଼ିବ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସେହିପରି ଜିଲ୍ଲାର ଗ୍ରାମାଞ୍ଚଳରେ ମଧ୍ୟ ଏହି ସର୍ଭେ କରାଯାଇଛି । ସ୍ବତନ୍ତ୍ର ଭାବେ ଚିହ୍ନଟ ୪୨ଟି ଗାଁରୁ ବିଭିନ୍ନ ବର୍ଗର ଲୋକଙ୍କଠାରୁ ଆର୍‌ଏମ୍‌ଆରସି ଟିମ୍ ଏବଂ ସ୍ବାସ୍ଥ୍ୟ ବିଭାଗର ମିଳିତ ଟିମ୍ ନମୁନା ସଂଗ୍ରହ କରିଛି । ଅତିଶୀଘ୍ର ଏହାର ରିପୋର୍ଟ ହସ୍ତଗତ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।