କନକ ବ୍ୟୁରୋ : ରାଜ୍ୟରେ ବୋଲ ମାନୁନି କରୋନା । ଦିନକୁ ଦିନ ସାଂଘାତିକ ହେଉଛି ସ୍ଥିତି । ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଏହି କ୍ରମରେ ଆଜି ଏକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ବରିଷ୍ଠ ଚିକିତ୍ସକ ମନୋଜ ସାହୁ କହିଛନ୍ତି ଯେ, ବର୍ତମାନ ଖୋର୍ଦ୍ଧା ଜିଲ୍ଲାରେ ଗଂଜାମ ଠାରୁ ୧୯ ଗୁଣା ଅଧିକ ସକ୍ରୀୟ ସଂକ୍ରମିତ ରହିଛନ୍ତି । ସୋମବାର ସୁଦ୍ଧା ଗଂଜାମରେ ୩୪୧ଜଣ ସକ୍ରୀୟ ସଂକ୍ରମିତ ରହିଥିବା ବେଳେ ଖୋର୍ଦ୍ଧାରେ ଏହି ସଂଖ୍ୟା ୬ହଜାର ୪୮୧ ରହିଛି । ଗଂଜାମରୁ ୯୪ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରେ ସୁସ୍ଥ ହୋଇଛନ୍ତି ୫୦୩ଜଣ । କେବଳ ଭୁବନେଶ୍ୱରରେ ସୋମବାର ସୁଦ୍ଧା ୪ହଜାର ୬୧୩ଟି ସକ୍ରୀୟ ସଂକ୍ରମିତ ରହିଛନ୍ତି ।publive-image

Advertisment

ଯଦିଓ ଗତ ଏକ ସପ୍ତାହ ହେଲା କ୍ରମାଗତ ଭାବେ ଖୋର୍ଦ୍ଧା ଜିଲ୍ଲାରୁ ପ୍ରତିଦିନ ୫ଶହରୁ ଅଧିକ ସୁସ୍ଥ ହେଉଛନ୍ତି କିନ୍ତୁ ଗତ ଅଗଷ୍ଟ ମାସରେ ଲଗାତର ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢିଥିବାରୁ ଏବେ ବି ସକ୍ରୀୟ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । ସୋମବାର ଦିନ ଖୋର୍ଦ୍ଧାରୁ ୭୫୮ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗଂଜାମରୁ ଚିହ୍ନଟ ହୋଇଥିଲେ ମାତ୍ର ୪୪ଜଣ । ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ୭୫୮ଜଣଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରୁ ୩୫୧ଜଣ ସଂକ୍ରମିତ ରହିଛନ୍ତି । ସାରା ଦେଶରେ ସଂକ୍ରମଣ ହାରରେ ଶୀର୍ଷରେ ରହିଛି ଖୋର୍ଦ୍ଧା ଜିଲ୍ଲା ବୋଲି ଡାକ୍ତର ମନୋଜ ସାହୁ ନିଜର ଆଲେଖ୍ୟରେ ଉଲ୍ଲେଖ କରିଛନ୍ତି । ରାଜ୍ୟରେ ଏବେ ସୁସ୍ଥ ହାର ୭୭ ପ୍ରତିଶତ ରହିଥିବା ବେଳେ  ଖୋର୍ଦ୍ଧାରେ ସୁସ୍ଥ ହାର ୭୪ପ୍ରତିଶତ ରହିଛି ।publive-image

ଗଂଜାମରେ ବର୍ତମାନ ସୁସ୍ଥ ହାର ସବୁଠାରୁ ସର୍ବାଧିକ ୯୭ପ୍ରତିଶତ ରହିଛି । ସେପଟେ ପୁରୀରେ ମଧ୍ୟ କରୋନା ସଂକ୍ରମଣ ବଢିବାରେ ଲାଗିଛି । ସୋମବାର ସୁଦ୍ଧା ସେଠାରେ ୧ହଜାର ୯୮୧ସକ୍ରୀୟ ଆକ୍ରାନ୍ତ ଥିବା ଉଲ୍ଲେଖ କରିଛନ୍ତି ଡାକ୍ତର ସାହୁ । ଫଳରେ ରାଜ୍ୟରେ ଖୋର୍ଦ୍ଧା, କଟକ ପରେ ତୃତୀୟ ସ୍ଥାନରେ ରହିଛି ପୁରୀ । ଏପରିକି କିଛି ସପ୍ତାହ ପୂର୍ବରୁ ଗଜପତିରେ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏହା କ୍ରମେ ଖସିବାକୁ ଲାଗିଛି । ସୋମବାର ସୁଦ୍ଧା ଗଜପତିରେ ୧୬୯ଟି ସକ୍ରୀୟ ମାମଲା ଥିବା ବେଳେ କେବଳ ଦେବଗଡରେ ଗଜପତିରୁ କମ ୧୪୪ଟି ସକ୍ରୀୟ ମାମଲା ରହିଛି ।