କନକ ବ୍ୟୁରୋ: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ନାଁରେ ସଙ୍ଗୀନ ଅଭିଯୋଗ। ସାର୍ଟିଫିକେଟ ପ୍ରଦାନ ପାଇଁ ସରକାରୀ ନିୟମ ଠାରୁ ଢେର ଅଧିକ ଟଙ୍କା ନେଉଛି କଲେଜ । ଅଭିଯୋଗ କରିବାରୁ ଅଧ୍ୟକ୍ଷ ଚ୍ୟାମ୍ବରକୁ ଡାକି ମାଡ଼ ମରାଯାଉଥିବା ଅଭିଯୋଗ କରିଛନ୍ତି ସଂଗୀତ ମହାବିଦ୍ୟାଳୟ ଛାତ୍ର ନୀଳାମ୍ବର ଦାସ । ଖାଲି ଏତିକି ନୁହେଁ, କିଛି ଅଧ୍ୟାପକ ମହାବିଦ୍ୟାଳୟର ଛାତ୍ରୀଙ୍କ ସହିତ ଯୌନ କେଳେଙ୍କାରୀରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଅଧ୍ୟକ୍ଷଙ୍କୁ ଜଣାଇବାରୁ କୌଣସି ପଦକ୍ଷେପ ନନେଇ ମାନସିକ ନିର୍ଯାତନା ଦିଆଯାଉଛି । ଏମିତିକି କଲେଜରୁ ବାହାର କରିବା ଦେବାକୁ ଧମକ ଦେଉଛି କଲେଜ। ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି କଲେଜ ଅଧକ୍ଷ ବିଜୟ କୁମାର ଜେନା । ଏନେଇ ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ ସହ ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିଛି ଛାତ୍ର ।
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ନାଁରେ ସଙ୍ଗୀନ ଅଭିଯୋଗ । ସାର୍ଟିଫିକେଟ୍ ପ୍ରଦାନ ପାଇଁ ନେଉଛନ୍ତି ଅଧିକ ଟଙ୍କା ।
/kanak/media/post_attachments/wp-content/uploads/2024/07/f2b0e2eb7740570260bc055ac9ecd572.jpg)