ଓଡିଶା କ୍ରୀଡା ବିଭାଗ ବିରୋଧରେ ସାଂଘାତିକ ଅଭିଯୋଗ । ହାଇ ପରଫରମାନ୍ସ ସେଣ୍ଟରରେ ଖେଳିବାକୁ ଦିଆଯାଉନି ସୁଯୋଗ, ଓଡ଼ିଆ ପିଲାଙ୍କୁ ଜାଣିଶୁଣି କରାଯାଉନି ଚୟନ ।

ଓଡିଶା କ୍ରୀଡା ବିଭାଗ ବିରୋଧରେ ସାଂଘାତିକ ଅଭିଯୋଗ । ହାଇ ପରଫରମାନ୍ସ ସେଣ୍ଟରରେ ଖେଳିବାକୁ ଦିଆଯାଉନି ସୁଯୋଗ, ଓଡ଼ିଆ ପିଲାଙ୍କୁ ଜାଣିଶୁଣି କରାଯାଉନି ଚୟନ ।

କନକ ବ୍ୟୁରୋ : ଓଡିଶା କ୍ରୀଡା ବିଭାଗ ବିରୋଧରେ ପାତରଅନ୍ତର ଅଭିଯୋଗ । ଓଡିଆ ପିଲାଙ୍କୁ ଅଗ୍ରାଧିକାର ଦିଆଯାଉନଥିବା ଅଭିଯୋଗ ଆଣିଛନ୍ତି ଖେଳାଳି ଓ ତାଙ୍କ ଅଭିଭାବକ । ହାଇ ପରଫରମାନ୍ସ ସେଣ୍ଟରରେ ଖେଳିବାକୁ ସୁଯୋଗ ଦିଆଯାଉ ନଥିବା ଅଭିଯୋଗ ହୋଇଛି । ଆଉ କିଛି ସମୟ ପରେ ଆରମ୍ଭ ହେବାକୁ ଯାଉଛି ସିନିୟର ଆଣ୍ଡ ଜୁନିୟର ଜିମ୍ନାଷ୍ଟିକ ଚାମ୍ପିୟନସିପ୍ । ଏହି ପ୍ରତିଯୋଗିତା ପାଇଁ ଓଡିଶା ଟିମରେ ଖେଳୁଛନ୍ତି ରାଜ୍ୟ ବାହାରର ପିଲା । ଯାହାକୁ ନେଇ ସ୍ଥାନୀୟ ଖେଳାଳି ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଓଡ଼ିଶା ଟିମରେ ୬ ଜଣ ଖେଳାଳି ରହିଛନ୍ତି । ଏଥିମଧ୍ୟରୁ ୩ ଜଣ ରାଜ୍ୟ ବାହାରର ଖେଳାଳି । ଅଭିଭାବକ ମାନେ କହିଛନ୍ତି, ଚୟନ କରିବାର ଗୋଟିଏ ଦିନ ପୂର୍ବରୁ ଫୋନ୍ କଲ୍ ଆସୁଛି । ତେବେ ଜଣେ ଖେଳାଳି ମାନସିକ ଭାବେ ପ୍ରସ୍ତୁତ ହେବାକୁ ଗୋଟିଏ ଦିନ ଠାରୁ ଅଧିକ ସମୟ ଆବଶ୍ୟକ । ତେଣୁ ଯେଉଁଭଳି ତରବରିଆ ଭାବେ ଚୟନ କରାଯାଉଛି ତାହା ପଛରେ କାହାର ସ୍ୱାର୍ଥ ନିହିତ ଅଛି ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ । ଯଦି ସେମାନଙ୍କ କଥାକୁ କେହି ନ ଶୁଣନ୍ତି ଏବଂ ଏଭଳି ପାତରଅନ୍ତର ଜାରି ରୁହେ ତେବେ ଆଗାମୀ ଦିନରେ ରାସ୍ତାକୁ ଓହ୍ଲାଇବୁ ବୋଲି କହିଛନ୍ତି ଅଭିଭାବକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe