କେନ୍ଦୁଝର ଜାତୀୟ ରାଜପଥରେ ସିରିଜ୍ ଟ୍ରକ୍ ଦୁର୍ଘଟଣା । ଜଣେ ଡ୍ରାଇଭର ମୃତ, ଦୁଇଜଣ ଗୁରୁତର ଆହତ ।

807

କନକ ବ୍ୟୁରୋ: କେନ୍ଦୁଝର ୫୨୦ ନମ୍ବର ଜାତୀୟ ରାଜପଥ ଟଣ୍ଟୋ ନିକଟରେ ସିରିଜ ଦୁର୍ଘଟଣା । ୩ଟି ଟ୍ରକ୍ ମଧ୍ୟରେ ସିରିଜ୍ ଦୁର୍ଘଟଣା ହୋଇଥିବା ବେଳେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ୨ ଜଣ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁସାରେ ରୁଗୁଡ଼ି ପଟୁ ଆସୁଥିବା ଏକ ଟ୍ରକର ହଠାତ୍ ଚକା ଫାଟିଯିବା କାରଣରୁୁ ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ୨ଟି ଟ୍ରକ୍କୁ ଗୋଟିଏ ପରେ ଗୋଟିଏ ଧକ୍କା ଦେଇଥିଲା । ଫଳରେ, ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଓ ଦମକଳ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।