ଏକାବେଳେ ପାଞ୍ଚଟି ଘରେ କଳାକନା ବୁଲାଇଲେ ଚୋର । କୋଣାର୍କ ଗୋପ ଅଞ୍ଚଳରେ ସିରିଜ ଲୁଟ୍ ।

204

କନକ ବ୍ୟୁରୋ: କୋଣାର୍କ ଗୋପ ଥାନା ଅନ୍ତର୍ଗତ ବିରୁତଙ୍ଗ ପଞ୍ଚାୟତର ନାହାଟି ଓ ବିରିତୁଙ୍ଗ ଗାଁରୁ ଗତକାଲି ବିଳମ୍ୱିତ ରାତିରେ ୫ ପରିବାରରୁ ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ରୂପା ଅଳଙ୍କାର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ବିରିତୁଙ୍ଗ ଗାଁରୁ ନରହରି କାଣ୍ଡି, ରାଜକିଶୋର ବିଶ୍ୱାଳ ଏବଂ ନାହାଟି ଗାଁର ଲିଙ୍ଗରାଜ ପ୍ରଧାନ, ଗଣେଶ୍ୱର ସେଠୀ ଓ ବନମ୍ୱର ପ୍ରଧାନଙ୍କ ଘରୁ ଲୁଟ ହୋଇଛି। ନରହରି କାଣ୍ଡିଙ୍କ ଝିଅ ବାହାଘର ପାଇଁ ରଖିଥିବା ସୁନା ଗହଣା ସବୁ ଲୁଟି ନେଇଛନ୍ତି ଲୁଟେରା ।