କନକ ବ୍ୟୁରୋ : ମନ୍ଦିରରୁ ସିରିଜ୍ ଲୁଟ । ଏକା ଥରକେ ତିନି ତିନିଟି ମନ୍ଦିରରୁ ଲୁଟ କରିଛନ୍ତି ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସାବିରା ପଂଚାୟତର ୩ଟି ମନ୍ଦିରରୁ ହୋଇଛି ଲୁଟ । ଗତକାଲି ବିଳମ୍ବିତ ରାତିରେ ରାଧାକୃଷ୍ଣ, ପତ୍ରାଶୁଣି ଓ ଜାଗୁଳେଇ ମନ୍ଦିରରୁ ଏହି ଲୁଟ ହୋଇଛି ।
ଦୁର୍ବୃତ୍ତମାନେ ମନ୍ଦିରର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ଦେବଦେବୀଙ୍କ ସୁନା ଅଳଙ୍କାର ଏବଂ ମନ୍ଦିର କାର୍ଯ୍ୟରେ ଲାଗୁଥିବା ସମସ୍ତ ପିତ୍ତଳ ବାସନକୁ ଲୁଟ କରିଛନ୍ତି । ଘଟଣା ସ୍ଥଳରେ ସୋର ଥାନା ଅଧିକାରୀ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/vlcsnap-2018-04-12-11h18m27s784.png)
/kanak/media/post_attachments/wp-content/uploads/2018/04/vlcsnap-2018-04-12-11h19m06s993-300x169.png)