ରାଜଧାନୀରେ ପୁଣି ଆପାର୍ଟମେଣ୍ଟରୁ ସିରିଜ୍ ଲୁଟ୍ । ପାହାଳ ନିକଟ କଲ୍ୟାଣୀ ହାଇଟ୍ସର ୩ଟି ଫ୍ଲାଟ୍ରୁ ଲୁଟ୍ । ୩୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଲୁଟ୍ ।

203

କନକ ବ୍ୟୁରୋ: ରାଜଧାନୀରେ ପୁଣି ଆପାର୍ଟମେଣ୍ଟରୁ ସିରିଜ ଲୁଟ । ପାହାଳ ଥାନ ଭୀମପୁର କଲ୍ୟାଣୀ ହାଇଟସ ଆପାର୍ଟମେଣ୍ଟରୁ ଚୋରି । ସିସିଟିଭିରେ କଏଦ ହେଲା ରାତିରେ ଆପାର୍ଟମେଣ୍ଟରେ ଚୋର ପଶୁଥିବାର ଚିତ୍ର ।

ଘରେ କେହି ନଥିବାର ସୁଯୋଗ ନେଇ ୩ଟି ଫ୍ଲାଟରୁ ଲୁଟ୍ କରିଛନ୍ତି ଲୁଟେରା । ଗୋଟିଏ ଫ୍ଲାଟୁର ୬ ମୁଦି, ୧୦ ସୁନା ଚେନ୍, ୮ଟି ସୁନା ଲକେଟ୍, ୧୫ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ୩ଟି ଫ୍ଲାଟରୁ ୩୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟ । ଘଟଣା ସ୍ଥଳରେ ପାହାଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଂଟିଫିକ୍ ଟିମ୍ ପହଞ୍ଚିି ଘର ମାଲିକଙ୍କୁ ପଚରାଉଚରା କରିଛି ।