କନକ ବ୍ୟୁରୋ: ଏକ ସଙ୍ଗେ ୫ଟି ମନ୍ଦିରରେ ଲୁଟ୍ । ବାଲେଶ୍ୱର ରେମୁଣାରେ ୫ଟି ମନ୍ଦିରରୁ ସିରିଜ ଲୁଟ । ଠାକୁରଙ୍କ ଗହଣା, ଆସବାବପତ୍ର, ଏପରିକି ଠାକୁରଙ୍କ ମୂର୍ତି ନେଇଯାଇଛନ୍ତି ଦୁର୍ବୃତ । ପତ୍ରିପାଲିରେ ଥିବା ମଙ୍ଗଳାମନ୍ଦିର ଓ ହନୁମାନ ମନ୍ଦିର, କଣ୍ଟାବଣିିଆ ଶିବମନ୍ଦିର, ତେନ୍ତୁଲିଦା ଅଞ୍ଚଳର ମଙ୍ଗଳା ମନ୍ଦିର, ଯୁନିଦା ଅଞ୍ଚଳର ଶିବମନ୍ଦିରରୁ ଚୋରି ହୋଇଛି । କଣ୍ଟାବଣିଆ ଅଞ୍ଚଳରେ ନୂଆ ତିଆରି ହୋଇଥିବା ଶିବମନ୍ଦିରରୁ ପିତଳ ଶିବପାର୍ବତୀ ମୂର୍ତ୍ତିକୁ ଦୁର୍ବୃତ୍ତ ନେଇଯାଇଛନ୍ତି । ଅନ୍ୟ ମନ୍ଦିରଗୁଡ଼ିକରୁ ଠାକୁରଙ୍କ ଅଳଙ୍କାର ସମେତ ବ୍ୟବହୃତ ବାସନ ମଧ୍ୟ ଚୋରି ହୋଇଯାଇଛି । ବାରମ୍ବାର ରେମୁଣା ଅଞ୍ଚଳରେ ମନ୍ଦିରରୁ ଚୋରି ଚିନ୍ତା ବଢ଼ାଇଛି । ପୋଲିସ୍ ପହଞ୍ଚି ତଦନ୍ତ କରୁଛି ।

Advertisment