କନକ ବ୍ୟୁରୋ : ଚେନ୍ନାଇରେ ଚମକିଲା ଟିମ୍ ଇଣ୍ଡିଆ । ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ସିରିଜର ଅନ୍ତିମ ମ୍ୟାଚରେ ଦମଦାର ବିଜୟ ସହ ସରିଜ କ୍ଲିନ ସୁଇପ କଲା ଭାରତ । ରୋମାଞ୍ଚକର ମ୍ୟାଚରେ ଧୱନ ଓ ରିଷଭ ପନ୍ଥଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଏହି ମ୍ୟାଚକୁ ୬ ୱିକେଟରେ ବାଜି ମାରି ନେଇଛି ରୋହିତ ବାହିନୀ । ୧୮୨ ରନର ଟାର୍ଗେଟକୁ ଶେଷ ଓଭରର ଶେଷ ବଲରେ ହାସଲ କରି ନେଇଛି ରୋହିତ ବାହିନୀ ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିବା ୱେଷ୍ଟଇଣ୍ଡିଜ ପ୍ରଥମରୁ ଦ୍ରୁତ ବ୍ୟାଟିଂ ଏକ ବିଶାଳ ସ୍କୋର ଛିଡା କରିଥିଲା । ନିକୋଲାସ ପୁରମ ଓ ଡାରେନ ବ୍ରାଭୋଙ୍କ ଧୂଆଁଧାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୧୮୧ ରନ କରିବାକୁ ସକ୍ଷମ ହୋଇଥିଲା କାରବିଆନ ଟିମ୍ । ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ପ୍ରଭାବୀ ବୋଲିଂ କରିବା ସହ ୨୮ ରନରେ ୨ ୱିକେଟ ହାସଲ କରିଥିଲେ ।
FIFTY!@RishabPant777 joins the party and brings up his 1st T20I half-century.#TeamIndia 152/2 after 16 overs, need 29 more runs to win this game #INDvWI pic.twitter.com/xhRAt7Rbw6
— BCCI (@BCCI) November 11, 2018
୧୮୨ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆର ପ୍ରାରମ୍ଭିକ ବିପର୍ଯ୍ୟୟ ଘଟିଥିଲା । ରୋହିତ ଓ ରାହୁଲଙ୍କୁ ସହଳ ହରାଇବା ପରେ ଇନିଂସ ସମ୍ଭାଳିଥିଲେ ପନ୍ଥ ଓ ଧୱନ । ଇଣ୍ଡିଜ ବୋଲରଙ୍କୁ ନିର୍ଦ୍ଧୁମ ପିଟିବା ବେଶ ସହଜରେ ମ୍ୟାଚ ହାତେଇ ନେଇଥିଲା ଟିମ୍ ଇଣ୍ଡିଆ । ଭାରତ ପକ୍ଷରୁ ଧୱନ ସର୍ବାଧିକ ୯୨ ରନ କରିଥିବା ବେଳେ ପନ୍ଥ ଦ୍ରୁତ ୫୮ ରନ ସଂଗ୍ରହ କରିଥିଲେ । ଏହି ବିଜୟ ସହ ସିରିଜକୁ ୩-୦ରେ କବଜା କରିଛି ଟିମ୍ ଇଣ୍ଡିଆ । ଏହାପୂର୍ବରୁ ଉଭୟ ଟେଷ୍ଟ ଓ ଦିନିକିଆରେ ମଧ୍ୟ ସିରିଜ ହାତେଇଥିଲା ଭାରତ ।