ଜିଅନ୍ତା ସାପ ଦେଖାଇ ବିବାଦରେ ଫସିଗଲା ଓଡିଆ ସିରିଏଲ! ଚ୍ୟାନେଲ କର୍ତୃପକ୍ଷଙ୍କ ସହ ପ୍ରଯୋଜକ ଓ ହିରୋଇନଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

67

କନକ ବ୍ୟୁରୋ: ଟିଭି ସିରିଏଲରେ ସତ ସତିକା ନାଗସାପ । ଦୃଶ୍ୟକୁ ଜୀବନ୍ତ କରିବା ପାଇଁ ଟିଭି ସିରିଏଲରେ ଏଭଳି ପ୍ରସାରଣକୁ ନେଇ ତେଜିଛି ବିବାଦ । ଜି’ ସାର୍ଥକର ମେଗା ଧାରାବାହିକ ‘ତୋ ପାଇଁ ମୁଁ’ରେ ଏଭଳି ସତସତିକା ସାପକୁ ନେଇ ହୋଇଥିବା ସୁଟିଂର ଦୃଶ୍ୟ ପ୍ରସାରଣ ହୋଇଥିଲା । ଏ ନେଇ ଆପତି ଉଠିବା ପରେ ଏହି ଘଟଣାକୁ ଅତି ଗୁରୁତ୍ୱର ସହ ନେଇଛି ଭାରତୀୟ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ । ଆଞ୍ଚଳିକ ଉପନିର୍ଦ୍ଦେଶକକୁ ତଦନ୍ତ କରିବାକୁ ନିର୍ଦେଶ ଦିଆଯାଇଛି ।

ଦୃଶ୍ୟକୁ ଜୀବନ୍ତ କରିବାକୁ ଯାଇ ସିରିଏଲର ନାୟିକାଙ୍କ ହାତରେ ଜୀବନ୍ତ ସାପ ଧରାଇବା ସିରିଏଲ ପ୍ରଡ୍ୟୁସରଙ୍କୁ ମହଙ୍ଗା ପଡ଼ିବାକୁ ଯାଉଛି । ସିରିୟଲ ପ୍ରଡ୍ୟୁସର ଓ ଚ୍ୟାନେଲ କର୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ନାୟିକାଙ୍କ ପର୍ଯ୍ୟନ୍ତ ଆଇନର ଜାଲର ଛନ୍ଦିହେବାକୁ ଯାଉଛନ୍ତି । କନକ ନ୍ୟୁଜକୁ ପାଖରେ ହସ୍ତଗତ ହୋଇଥିବା ଚିଠି ଯାହାକୁ ନେଇ ଏବେ ହଇଚଇ ସୃଷ୍ଟି ହୋଇଛି । ଏହି ଘଟଣାକୁ ଅତି ଗୁରୁତ୍ୱର ସହ ନେଇଛନ୍ତି ଭାରତୀୟ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ । ଆଚଂଳିକ ଉପନିର୍ଦେଶକଙ୍କୁ ଏହାର ତଦନ୍ତ କରିବାକୁ ଦେଇଛନ୍ତି ନିର୍ଦେଶ ।

ଗତ ୧୧ ତାରିଖ ସନ୍ଧ୍ୟା ସମୟରେ ‘ତୋ ପାଇଁ ମୁଁ’ ଧାରବାହିକ ଜି ସାର୍ଥକରେ ପ୍ରସାରିତ ହୋଇଥିଲା । ଟିଭି ସ୍କ୍ରିନରେ ଏହି ଦୃଶ୍ୟକୁ ନେଇ ସ୍ନେକ ହେଲ୍ପଲାଇନର ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ଆପତି ଉଠାଇଥିଲେ । ଏହି ସିରିଏଲର ନାୟିକା ଏକ କଳସ ନେଇ ମନ୍ଦିରକୁ ଯାଉଥିବାର ଦୃଶ୍ୟରେ କଳସଟି ହାତରୁ ପଡିଯାଇଥିବାରୁ ଏକ ନାଗ ସାପ ତାଙ୍କ ହାତରେ ଗୁଡାଇ ହୋଇ ରହିଥିଲା । ଟିଭି ସ୍କ୍ରିନରେ ଅନେକ ସମୟ ପର୍ଯ୍ୟନ୍ତ ପ୍ରସାରିତ ହୋଇଥିବା ଏହି ଦୃଶ୍ୟକୁ ନେଇ ଆପତି ଉଠାଇଥିଲେ ସ୍ନେକ ହେଲ୍ପଲାଇନର ସଦସ୍ୟ ଶୁଭେନ୍ଦୁ ମଲ୍ଲିକ । ବନ୍ୟଜନ୍ତୁ ସଂରକ୍ଷଣ ଆଇନ ୧୯୭୨ର ବିରୋଧ କରୁଥିବା ଅଭିଯୋଗ ହୋଇଥିଲା ।