ସିରିୟଲ କିଲରକୁ ୧୬୦ ବର୍ଷର ଜେଲ୍ ଦଣ୍ଡାଦେଶ । ଝିଅମାନଙ୍କୁ ନିର୍ଯାତନା ପରେ କରୁଥିଲା ହତ୍ୟା

Advertisment
ସିରିୟଲ କିଲରକୁ ୧୬୦ ବର୍ଷର ଜେଲ୍ ଦଣ୍ଡାଦେଶ । ଝିଅମାନଙ୍କୁ ନିର୍ଯାତନା ପରେ କରୁଥିଲା ହତ୍ୟା

କନକ ବ୍ୟୁରୋ: ପାଞ୍ଚବର୍ଷ ଧରି ପୁଲିସଠାରୁ ଲୁଚି ଲୁଚି ବୁଲୁଥିବା ଜଣେ ସିରିୟଲ କିଲରକୁ ଆମେରିକାର ଏସେକ୍ସ କାଉଣ୍ଟି ଅଦାଲତ ବୁଧବାର ୧୬୦ ବର୍ଷର ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଖଲିଲ ହ୍ବିଲର-ୱିଭର ନାମକ ଏହି ୨୫ ବର୍ଷ ବୟସ୍କ ଅପରାଧୀ ୫ ବର୍ଷ ତଳେ ସରାହ ବଟଲର (୨୦), ରବିନ ୱେଷ୍ଟ (୧୯) ଓ ଜୋଆନ ବ୍ରାଉନ (୩୩)ଙ୍କୁ ହତ୍ୟା କରିବା ସହ ଟିଫାନି ଟେଲର ନାମ୍ନୀ ମହିଳାଙ୍କୁ ଅପହରଣ, ଯୌନ ଅସଦାଚରଣ ଓ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ସମସ୍ତ ଚାରିଜଣ ୨୦୧୬ ଅଗଷ୍ଟରୁ ନଭେମ୍ବର ଭିତରେ ଆକ୍ରମଣର ଶିକାର ହୋଇଥିଲେ। ଖଲିଲ ଦ୍ବାରା ହତ୍ୟାର ଶିକାର ହୋଇଥିବା ବଟଲରଙ୍କ ଭଉଣୀ ଓ ସାଙ୍ଗମାନେ ୨୦୧୬ ନଭେମ୍ବର ୨୬ରେ ବିଛାଇଥିବା ଜାଲ ଖଲିଲକୁ ଧରିବାରେ ମଣ୍ଟକ୍ଲେୟାର ପୁଲିସ ଓ ଗୋଇନ୍ଦା ଅଧିକାରୀମାନଙ୍କୁ ସାହାଯ୍ୟ କରିଥିଲା।

ସୂଚନାଯୋଗ୍ୟ ଯେ ଖଲିଲ ହ୍ବିଲର-ୱିଭର ଜଣେ ଆକର୍ଷଣୀୟ ଚେହେରାଧାରୀ ଯୁବକ। ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ ମଧ୍ୟ ସୋସିଆଲ ନେଟ୍‌ୱାର୍କିଂ ସାଇଟ ମାଧ୍ୟମରେ ଝିଅମାନଙ୍କୁ ଫସାଇବାରେ ଓସ୍ତାଦ। ସରାହ ବଟଲର ନ୍ୟୁ ଜର୍ସି ସିଟି ୟୁନିଭର୍ସିଟିର ଛାତ୍ରୀ ଥିଲେ। ଖଲିଲର ପାଲରେ ଫସିବା ପରେ ଶେଷରେ ହତ୍ୟାର ଶିକାର ହୋଇଥିଲେ। ପୁଲିସର କହିବା ଅନୁସାରେ ଯେଉଁ ଝିଅମାନେ ଗରିବ, ଗୃହହୀନ ବା ମାନସିକ ଭାବେ ଅସୁସ୍ଥ ଖଲିଲ ସେମାନଙ୍କୁ ନିର୍ଯାତନା ଦେଇ ତଣ୍ଟି ଚିପି ହତ୍ୟା କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe