ବିନା ଲାଇଟରେ କିଭଳି ସର୍ଜିକାଲ୍ ଷ୍ଟ୍ରାଇକକୁ ସଫଳ କରିଥିଲେ ଭାରତୀୟ ଯବାନ ! କ’ଣ ରହିଥିଲା ଏହା ପଛର ଟେକନିକ୍ ? 

ବିନା ଲାଇଟରେ କିଭଳି ସର୍ଜିକାଲ୍ ଷ୍ଟ୍ରାଇକକୁ ସଫଳ କରିଥିଲେ ଭାରତୀୟ ଯବାନ ! କ’ଣ ରହିଥିଲା ଏହା ପଛର ଟେକନିକ୍ ? 

Google Play

ଆପଣ କେବେ ଭାବିଛନ୍ତି ସେନାର ଯବାନ ରାତି ଅଧରେ କିଭଳି ଭାବେ ଶତ୍ରୁଦେଶରେ ପଶି ସର୍ଜିକାଲ୍ ଷ୍ଟ୍ରାଇକକୁ ସଫଳ କରନ୍ତି? ଯଦି ଜାଣିନାହାନ୍ତି ତେବେ ଆମେ ଆପଣଙ୍କୁ  କହିରଖୁଛୁ ରାତିରେ ସେନାର ଯବାନ ନାଇଟ୍ ଭିଜନ୍ ଗଗଲ୍ସ ପିନ୍ଧି ଯୁଦ୍ଧକ୍ଷେତ୍ରକୁ ଓହ୍ଲାନ୍ତି । ଯାହା ତାଙ୍କୁ ରାତିର ଅନ୍ଧକାରରେ ମଧ୍ୟ ଦେଖିବା ପାଇଁ ସାହାଯ୍ୟ କରେ । କିନ୍ତୁ ଆପଣ ଏହା ଜାଣିରଖିବା ଉଚିତ୍ ଯେ ଏହି ନାଇଟ୍ ଭିଜନ୍ ଗଗଲ୍ସ କେଉଁ ଟେକନିକରେ କାମ କରିଥାଏ ।

publive-image

ଏହି ଚଷମାର ଆଲୋକ ଫୋଟୋନରୁ ପ୍ରସ୍ତୁତ ହୋଇଥାଏ । ଯେତେବେଳେ ଏହି ଫୋଟୋନ୍ ଫ୍ରଣ୍ଟ୍ ଲେନ୍ସରୁ ପ୍ରବେଶ କରେ ସେତେବେଳେ ଫୋଟୋକେଥୋଡ୍ ଅର୍ଥାତ ଲାଇଟ୍ ସେନ୍ସେଟିଭ୍ ସର୍ଫେସର ସଂସ୍ପର୍ଶରେ ଆସିଥାଏ । ଚଷମାରେ ଲାଗିଥିବା ଛୋଟ ସୋଲାର୍ ପାନେଲ୍ ଏହାକୁ ଇଲେକ୍ଟ୍ରୋନରେ କନଭର୍ଟ କରିଦିଏ । ଏହି ପ୍ୟାନେଲ୍ ଏହି କାମ ରହିଥାଏ । ଇଲେକ୍ଟ୍ରୋନ ସହ ମିଶିବା ପରେ ଏହା ଫଟୋ ମଲ୍ଟିପ୍ଲାଏରରେ ବିସ୍ତାର ହୋଇଥାଏ । ଯାହା ଫଟୋଇଲେକ୍ଟ୍ରିକ୍ ସେଲ୍ ଭଳି ହୋଇଥାଏ । ଯେତେବେଳେ ଇଲେକ୍ଟ୍ରୋନ୍ ଫଟୋ ମଲ୍ଟିପ୍ଲେୟାରରେ ପ୍ରବେଶ କରିଥାଏ ସେତେବେଳେ ସେଠାରେ କିଛି ଜିନିଷ ଛାଡି ହୋଇଯାଏ ।  ଯେଉଁ ଇଲେକ୍ଟ୍ରୋନ୍ ଛାଡିଯାଏ ତାହା ଫାସ୍ଫର ସ୍କ୍ରିନକୁ ଗରମ କରିଥାଏ । ଏହା ପୁରୁଣା ଟେଲିଭିଜନରେ ବ୍ୟବହାର ହେଉଥିବା ଏକ ଟେକନିକ୍ । ଇଲେକ୍ଟ୍ରୋନ୍ ଫାସ୍ଫର ସ୍କ୍ରିନକୁ ଗରମ କରୁଥିବା ସମୟରେ କିଛି କମ୍ ଫ୍ଲାସ୍ ଲାଇଟ୍ ପ୍ରସ୍ତୁତ ହୁଏ । ଯେତେ ଯେତେ ଅଧିକ ଫଟୋନ୍ ଲେନ୍ସ ଚଷମାରେ ପ୍ରବେଶ କରିବ ସ୍କ୍ରିନ୍ ବାସ୍ତବିକ ଚିତ୍ରରୁ ଅଧିକ ଉଜ୍ଜଳ ଦେଖାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe