୧୯ରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ପୋଲିସ ସୁରକ୍ଷାରେ ହେବ ପରୀକ୍ଷା, ଉତ୍ତେଜନା ପ୍ରବଣ ଅଂଚଳରେ ଲାଗିଲା ସିସିଟିଭି

ମାଟ୍ରିକ ପରୀକ୍ଷା ପ୍ରସ୍ତୁତି : ୱେବସାଇଟରେ ଛଡ଼ାଗଲା ଆଡମିଟ୍ କାର୍ଡ, ଜାଣନ୍ତୁ କେମିତି କରିବେ ଡାଉନଲୋର୍ଡ

କନକ ବ୍ୟୁରୋ : ମାଟ୍ରିକ୍‌ ପରୀକ୍ଷା ସମୟରେ ପୁଲିସ ପ୍ରହରାକୁ ବଢ଼ାଯିବ। ଉତ୍ତେଜନାପ୍ରବଣ ‌କେନ୍ଦ୍ରଗୁଡ଼ିକରେ ଅଧିକ ପୁଲିସ ମୁତୟନ ସହ ପରୀକ୍ଷା କେନ୍ଦ୍ର ଚାରିପାଖରେ ଲୋକଙ୍କ ଭିଡ଼ ରୋକିବା ନିମନ୍ତେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ। ଏହାବ୍ୟତୀତ ପରୀକ୍ଷା କେନ୍ଦ୍ର, ନୋଡାଲ ସେଣ୍ଟର ଓ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକୁ ଶିକ୍ଷକମାନେ ମୋବାଇଲ୍‌ ନେଇପାରିବେ ନାହିଁ। ଯଦି କୌଣସି ଶିକ୍ଷକ ମୋବାଇଲ୍‌ ନେଇଥିବାର ଦୃଷ୍ଟିକୁ ଆସେ ତାଙ୍କୁ ଗିରଫ କରାଯିବ। ପରୀକ୍ଷା ସମ୍ବନ୍ଧୀୟ ଗୋପନୀୟ କାଗଜପତ୍ର ପରିବହନ, ନୋଡାଲ କେନ୍ଦ୍ର ଓ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା କରିବା ସହ ଓଡ଼ିଶା ପରୀକ୍ଷା ପରିଚାଳନା ଆଇନ-୧୯୮୮ ଅନୁଯାୟୀ ପରୀକ୍ଷା ପରିଚାଳନାକୁ ସ୍ବଚ୍ଛ ଓ ବିଶ୍ବସନୀୟ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦେଶ ଦେଇଛନ୍ତି।

publive-imageଚଳିତବର୍ଷ ୨୮୮୮ଟି ପରୀକ୍ଷାର କେନ୍ଦ୍ରରେ ୫ ଲକ୍ଷ ୬୦ ହଜାର ୬୦୫ ଜଣ ମାଟ୍ରିକ୍‌ ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରେ ୫ ଲକ୍ଷ ୪୭ ହଜାର ୭୬୧ ଜଣ ହାଇସ୍କୁଲ, ୯ ହଜାର ୭୭୧ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ୩ ହଜାର ୩୩୭ ଜଣ ମଧ୍ୟମା ପରୀକ୍ଷାର୍ଥୀ ରହିଛନ୍ତି। ୩୦୭ଟି ‌ନୋଡାଲ ସେଣ୍ଟର ଓ ୬୧ଟି ମୂଲ୍ୟାୟନ କେନ୍ଦ୍ର ହୋ‌ଇଛି। ପ୍ରଶ୍ନପତ୍ର ପରିବହନ ପାଇଁ ୬୩୧ ଡେସ୍‌ପାଚ୍‌ ଟିମ୍‌ ଗଠନ ହୋଇଛି। ପ୍ରଥମ ପର୍ଯ୍ୟାୟ ଡେସ୍‌ପାଚ୍‌ ହୋଇସାରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଡେସ୍‌ପାଚ୍‌ ଆରମ୍ଭ ହୋଇଛି। ପରୀକ୍ଷାର ସୁପରିଚାଳନା ଓ କପି ରୋକିବା ପାଇଁ ଜିଲ୍ଲାସ୍ତରରେ ୬୯ଟି ଫ୍ଲାଇ ସ୍କ୍ବାଡ୍‌ ଓ ପରିଷଦସ୍ତରରେ ୪୪ଟି ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଛି। ‌ଫେବ୍ରୁଆରି ୧୯ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷ ହେବ।

ଏହାପରେ ମାର୍ଚ୍ଚ ୧୮ରୁ ଏପ୍ରିଲ ୧୦ ମଧ୍ୟରେ ଉତ୍ତର ଖାତା ମୂଲ୍ୟାୟନ କରାଯିବ। ଉତ୍ତେଜନା ପ୍ରବଣ କେନ୍ଦ୍ର ଭାବେ ଚିହ୍ନଟ ହୋଇଥିବା ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe