ଜଗା-ବଳିଆଙ୍କ ଭଳି ଆଉ ଏକ ଯୋଡାମୁଣ୍ଡ ଶିଶୁଙ୍କ କାହାଣୀ ! ଅପରେସନ ପରେ ସୁସ୍ଥ ହୋଇ ଘରକୁ ଫେରିଲେ, ଜଗାବଳିଆଙ୍କ ପାଇଁ ଆଶା ବଢିଲା

57

କନକ ବ୍ୟୁରୋ : ଅଲଗା ହୋଇଛନ୍ତି ଜଗା –ବଳିଆ । ଗତକାଲି କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ଅପରେସନ ଦ୍ୱାରା ଅଲଗା କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଅପରେସନରେ ଜଗା-ବଳିଆଙ୍କୁ ଅଲଗା କରାଯାଇଛି । ଏହି ବିରଳ ଅପରେସନ ଉପରେ ପୂରା ବିଶ୍ୱର ନଜର ରହିଥିଲା । ସକାଳ ପ୍ରାୟ ୯ଟାରେ ଆରମ୍ଭ ହୋଇଥିଲା ଜଗା ବଳିଆଙ୍କ ଦ୍ୱିତୀୟ ପର୍ୟ୍ୟାୟ ଅପରେସନ୍ । ଦୀର୍ଘ ୧୧ ଘଂଟା ପରେ ରାତି ପ୍ରାୟ ୮ ଟାରେ ଜଗା-ବଳିଆଙ୍କ ଯୋଡାମୁଣ୍ଡକୁ ଅଲଗା କରିଛନ୍ତି ଡାକ୍ତର । ଅପରେସନ ପରେ ଉଭୟ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏବେ ସେମାନଙ୍କୁ ଆଇସିଇୟୁରେ ରଖାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଏବେ ସର୍ତକ ଦୃଷ୍ଟି ରଖାଯାଇଛି । ଦିଲ୍ଲୀ ଏମସର କର୍ତ୍ତୃପକ୍ଷ ଏକ ପ୍ରେସମିଟ୍ କରି ଏନେଇ ସୂଚନା ଦେଇଛନ୍ତି । ତେବେ ଅପରେସନ କରୁଥିବା ଡାକ୍ତର ଦଳର ଅନ୍ୟତମ ମୁଖ୍ୟ ଡାକ୍ତର କାଲେ କହିଛନ୍ତି, ଏହି ଅପରେସନ ଏତେ ସହଜ ଓ ସରଳ ନଥିଲା । ଏପରିକି ଏମାନଙ୍କୁ ନେଇ ଏବେ ବେଶୀ କିଛି କହିହେବନି ଓ ବେଶୀ ଆଶା କରିବା ଉଚିତ୍ ନୁହେଁ ବୋଲି ସେ ସୂଚାଇ ଦେଇଛନ୍ତି । ତେବେ କେବେ ଜଗା-ବଳିଆ ସୁସ୍ଥ ହେବେ ତାହା ଏବେ କହିବା ମୁସ୍କିଲ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ । କାରଣ ଏବେ ଗୋଟିଏ ପର୍ଯ୍ୟାୟ ସରିଛି, ଆଗକୁ ଆହୁରି ଅନେକ ବାଟ ବାକି ଅଛି । ଏଭଳି ପ୍ରତିକ୍ରିୟା ରଖିଛନ୍ତି ଏମ୍ସର ଡାକ୍ତର ।

jaga BALIAଏବେ ପୂରା ରାଜ୍ୟ ତଥା ଦେଶରେ ଜଗା-ବଳିଆଙ୍କ ଆଶୁ ଆରୋଗ୍ୟ କାମନା କରି ସବୁଆଡେ ପ୍ରାର୍ଥନା ସଭା କରାଯାଉଛି । ଏପରିକି ବିଭିନ୍ନ ମନ୍ଦିରରେ ଜଗା-ବଳିଆଙ୍କ ପାଇଁ ପୂଜାର୍ଚ୍ଚନା ମଧ୍ୟ ଚାଲିଛି । କାଳିଆ ଠାକୁର ଦୁଇ ଭାଇଙ୍କୁ ଖୁବଶୀଘ୍ର ସୁସ୍ଥ କରି ଓଡିଶା ଫେରାଇ ଆଣନ୍ତୁ ବୋଲି ଲୋକମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । କେବେ ସୁସ୍ଥ ହେବେ ଜଗ-ବଳିଆ । ଦୁଇଜଣ ସୁସ୍ଥ ହୋଇ ଫେରିବେ ତ ? ଏଭଳି ଅସମାହିତ ପ୍ରଶ୍ନ ଏବେ ଓଡ଼ିଶାବାସୀଙ୍କ ମନରେ ଉଙ୍କି ମାରୁଛି । ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ ଏବେ ଏଭଳି ପ୍ରଶ୍ନ ଲୋକଙ୍କ ମନକୁ ଆସୁଛି । ଏହି ଅପରେସନ ଉପରେ ଏବେ ପୂରା ବିଶ୍ୱର ନଜର । ଡାକ୍ତର ମାନେ ଜଗା ବଳିଆଙ୍କୁ ଯେଉଁ ଆଶଙ୍କା ପ୍ରକାଶ କରିଛନ୍ତି ସେଥିରେ ବ୍ରେକ ଲଗାଇଚନ୍ତି ଆମେରିକାର ଯୋଡାମୁଣ୍ଡ ଶିଶୁକନ୍ୟା । ଏହି ଯୋଡାମୁଣ୍ଡ ଶିଶୁଙ୍କ ପାଇଁ ଏବେ ଜଗା-ବଳିଆଙ୍କୁ ନେଇ ଆଶା ବଢିଛି । ଏଠାରେ ଆମେ ଜଣାଇଦେବାକୁ ଚାହୁଁଛୁ ଏଭଳି ବିରଳ ଅପରେସନ ପରେ ମଧ୍ୟ ଆମେରିକାର ଏକ ଯୋଡାମୁଣ୍ଡ ଶିଶୁ ଏବେ ମଧ୍ୟ ସୁସ୍ଥ ରହିଛନ୍ତି । ଜଗା-ବଳିଆଙ୍କୁ ନେଇ ଯେଉଁ ଆଶା ଆଶଙ୍କା ପ୍ରକାଶ ପାଇଛି ଆମେରିକାର ଯୋଡାମୁଣ୍ଡ ଶିଶୁଙ୍କୁ ବିଷୟରେ ଜାଣିବା ପରେ ମନରୁ ସେସବୁ ଭ୍ରମ ହୁଏତ୍ ଦୂର ହୋଇଯାଇପାରେ । କାରଣ ଏମାନଙ୍କ କାହାଣୀ ସମ୍ପୂର୍ଣ୍ଣ ଜଗା-ବଳିଆଙ୍କ କାହାଣୀ ପରି ସମାନ । କିନ୍ତୁ ଏମାନେ ଏବେ ହସ୍ପିଟାଲ ପରିବର୍ତ୍ତେ ଘରକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି ।

downloadଆମେରିକାର ଯୋଡାମୁଣ୍ଡ ଶିଶୁ ଆବି-ଏରିନ । ମାତ୍ର ୧୫ ମାସର ଦୁଇ ନିରୀହ ଶିଶୁ କନ୍ୟା । ଜୀବନ କଣ ଜାଣିବା ପୂର୍ବରୁ ଏକ ବିରାଟ ଅଗ୍ନିପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଜନ୍ମ ହେବା ପରଠାରୁ ଦୀର୍ଘ ୧୦ ମାସ ଧରି ଏହି ନିଷ୍ପାପ ଶିଶୁ କନ୍ୟା ବେଶ୍ କଷ୍ଟ ସହିଛନ୍ତି । ମୁହଁ ଖୋଲି କିଛି କହି ପାରୁନଥିଲେ ମଧ୍ୟ ଦୁଇ ଭଉଣୀଙ୍କ ଚାହାଣୀ ବାପା ମା’ଙ୍କୁ ବେଶ କନ୍ଦାଇଥିଲା । କାରଣ ଜନ୍ମରୁ ଏମାନଙ୍କ ମୁଣ୍ଡ ଯୋଡି ହୋଇ ରହିଥିଲା । ଶିଶୁ କନ୍ୟା ଜନ୍ମ ହେବା ପରେ କଣ କରିବେ କଣ ନ କରିବେ ସେ କଥା ସ୍ଥିର କରି ପାରୁନଥିଲେ ବାପା ମା’ । ଜଗା-ବଳିଆଙ୍କ ଭଳି ଏମାନଙ୍କ ଠାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା । ଶରୀର ସିନା ଅଲଗା ଥିଲା କିନ୍ତୁ ମୁଣ୍ଡ ଯୋଡି ହୋଇ ରହିଥିଲା । ଜଣକର ରକ୍ତ ଅନ୍ୟ ଜଣଙ୍କର ଶରୀରକୁ ପ୍ରବାହିତ ହେଉଥିଲା । ୨୦୧୬ ମସିହାରେ ଜନ୍ମ ନେଇଥିବା ଏହି ଦୁଇ ଶିଶୁକନ୍ୟାଙ୍କୁ ନେଇ ସେତେବେଳେ ଯେତିକି ଚର୍ଚ୍ଚା ହୋଇନଥିଲା ତାଙ୍କ ଯୋଡାମୁଣ୍ଡ ଅପରେସନକୁ ନେଇ ସେତିକି ଚର୍ଚ୍ଚା ହୋଇଥିଲା । ପୂରା ବିଶ୍ୱର ନଜର ରହିଥିଲା ଏହି ବିରଳ ଅପରେସନ ଉପରେ । ଫିଲାଡେଲଫିଆ ହସ୍ପିଟାଲରେ ଆବି- ଏରିନଙ୍କ ଅପରେସନରେ ଡାକ୍ତର, ନର୍ସଙ୍କୁ ମିଶାଇ ମୋଟ ୩୦ ଜଣ କର୍ମଚାରୀ ଲାଗିଥିଲେ । ବଡ ବଡ ସ୍ୱେଶାଲିଷ୍ଟ ଏହି ଅପରେସନର ଗୁରୁଦାୟିତ୍ୱ ବହନ କରିଥିଲେ । ପ୍ରାୟ ୧୧ ଘଣ୍ଟା ଧରି ଚାଲିଥିଲା ଏହି ବିରଳ ଅପରେସନ ।

୧୧ ଘଣ୍ଟାର ଅପରେସନରେ ଶିଶୁକନ୍ୟାଙ୍କ ମସ୍ତିଷ୍କରୁ ଶରୀର ମଧ୍ୟକୁ ପ୍ରବାହିତ ହେଉଥିବା ଶୀରାକୁ ଅଲଗା କରାଯାଇଥିଲା । ଏପରିକି ହାର୍ଟକୁ ଯାଇଥିବା ଶୀରାକୁ ମଧ୍ୟ ଅଲଗା କରାଯାଇଥିଲା । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ପ୍ରତି ୨ ଲକ୍ଷ ଶିଶୁଙ୍କ ମଧ୍ୟରେ ଜଷର ଯାଆଁଳା ଶିଶୁ ଜନ୍ମ ନେଇଥାନ୍ତି । କିନ୍ତୁ ଆବି-ଏରିନଙ୍କ ଭଳି ଶିଶୁ ଏଥିମଧ୍ୟରୁ ମାତ୍ର ୨ ପ୍ରତିଶତ । ଏଭଳି ଶିଶୁଙ୍କ ଅପରେସନ କରିବା ଦ୍ୱାରା ବଞ୍ଚିବା ସମ୍ବାବନା ବହୁତ କମ ରହିଥାଏ । କିନ୍ତୁ ଆବି- ଏରିନ କ୍ଷେତ୍ରରେ ଡାକ୍ତରଙ୍କ ପାଇଁ ଏହି ଅପରେସନ ଚ୍ୟାଲେଞ୍ଜ ସଦଅଶ ରହିଥିଲା । ଆଉ ଦୀର୍ଘ ୧୧ ଘଣ୍ଟାର ଅପରେସନ ପରେ ଯୋଡାମୁଣ୍ଡକୁ ଅଲଗା କରି ଦୁଇଜଣଙ୍କୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ଡାକ୍ତର । ଏହି ମୂହୂର୍ତ୍ତ ଉଭୟ ଡାକ୍ତର ଓ ଶିଶୁକନ୍ୟାଙ୍କ ପରିବାର ପାଇଁ ଏକ ଅଭୁଲା ମୂହୂର୍ତ୍ତ ହୋଇ ରହିଯାଇଥିଲା । ପ୍ରଥମଥର ପାଇଁ ଏଭଳି ଅପରେସନ କରି ଡାକ୍ତରମାନେ ମଧ୍ୟ ରେକର୍ଡ କରିଥିଲେ । ଏହାସହ ଖୁବ ଅଳ୍ପଦିନ ମଧ୍ୟରେ ଏଭଳି ବିରଳ ଅପରେସନକୁ ସଫଳ ରୂପ ଦେଇଥିଲେ ଡାକ୍ତର ।

ଏହି ଅପରେସନ ପରେ ଏବେ ଉଭୟ ଆବି-ଏରିନ ସୁସ୍ଥ ଅଛନ୍ତି । ଏଥିମଧ୍ୟରେ ଏରିନ ଘରକୁ ଫେରି ଆସିଥିବା ବେଳେ ଆବି ହସ୍ପିଟାଲରେ ରହିଛି । ଆବି-ଏରିନ ଯେପରି ଏକ ଚ୍ୟାଲେଞ୍ଜଯୁକ୍ତ ଅପରେସନକୁ ପାର କରି ନୂଆ ଜୀବନ ପାଇଛନ୍ତି ଠିକ୍ ସେହିଭଳି ଜଗା-ବଳିଆ ମଧ୍ୟ ଖୁବଶୀଘ୍ର ସୁସ୍ଥ ହୋଇ ଓଡ଼ିଶା ଫେରି ଆସିବେ ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି ।