କନକ ବ୍ୟୁରୋ : ତେଲ ଦରବୃଦ୍ଧିକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଆସନ୍ତା ୧୦ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ବିଭିନ୍ନ ସ୍ଥାନରେ ବିରୋଧ ଓ ପ୍ରତିବାଦ ପ୍ରଦର୍ଶନ କରାଯିବ। କଂଗ୍ରେସ ନେତାମାନେ ଅନ୍ୟ ଦଳ ଏବଂ ବିଭିନ୍ନ ସଂଗଠନଗୁଡ଼ିକୁ ମଧ୍ୟ ଏହି ଭାରତ ବନ୍ଦରେ ସାମିଲ ହେବା ପାଇଁ ଆହ୍ଵାନ ଦେଇଛନ୍ତି। କଂଗ୍ରେସ ନେତା ରଣଦୀପ ସୁର୍ଜେଓ୍ଵାଲା ଆଜି କହିଛନ୍ତି, ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍ ଦର ଅହେତୁକ ଭାବେ ବୃଦ୍ଧି ପାଇଛି। ଫଳରେ ଲୋକମାନେ ନାହିଁ ନଥିବା ସମସ୍ୟାର ଶିକାର ହେଉଛନ୍ତି। ଦିନକୁ ଦିନ ଏହି ସମସ୍ୟା ଉତ୍କଟ ହେବାରେ ଲାଗିଛି। ଏହାକୁ ଆଖିରେ ରଖି କଂଗ୍ରେସ ପକ୍ଷରୁ ସେପ୍ଟେମ୍ବର ୧୦ ତାରିଖ(ସୋମବାର)ରେ ଭାରତ ବନ୍ଦ ଡାକରା ଦିଆଯାଇଛି। ତୈଳ ଦରବୃଦ୍ଧିକୁ ପ୍ରୋତ୍ସାହିତ କରାଯାଇ ୧୧ ଲକ୍ଷ କୋଟି ଟଙ୍କା ଲୁଟ୍ କରାଯାଇଛି। ଏ ବାବଦରେ ଲୋକଙ୍କୁ ଜଣାଇବାର ସମୟ ଆସିଛି। ଭାରତ ବନ୍ଦ ବେଳେ ଏହା ଉପରେ ବିଶେଷ ଧ୍ୟାନ ଦିଆଯିବ। ସରକାର ତୁରନ୍ତ ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ଉତ୍ପାଦ ଟିକସ କମାଇ ଦରବୃଦ୍ଧିରେ ବ୍ରେକ୍ ଲଗାଇବା ଆବଶ୍ୟକ ଏବଂ ଭାରତ ବନ୍ଦ ବେଳେ ଏହି ଦାବି ଉପସ୍ଥାପନ କରାଯିବ ବୋଲି ସାମ୍ବାଦିକଙ୍କୁ ସୁର୍ଜେଓ୍ଵାଲା କହିଛନ୍ତି।
ଆସନ୍ତା ୧୦ରେ ଭାରତ ବନ୍ଦ । ତୈଳଦର ବୃଦ୍ଧି ହେଉଥିବା କାରଣରୁ କଂଗ୍ରେସର ବନ୍ଦ ଡାକରା
Advertisment
Follow Us