ଷ୍ଟକ ମାର୍କେଟରେ ନିବେଶକଙ୍କୁ ଶକ୍ତ ଝଟକା । ନିଫଟି ୧୬ ହଜାର ହ୍ରାସ । ୬ ଲକ୍ଷ କୋଟି ଟଙ୍କା ହରାଇଛନ୍ତି ଗ୍ରାହକ ।

164

() ଶେୟାର ବଜାରରରେ ନିରାଶ । ନିଫଟି ୧୬ ହଜାର ତଳକୁ ଖସିଆସିଥିବା ବେଳେ ଗ୍ରାହକଙ୍କ ବ୍ୟାପକ କ୍ଷତି ହୋଇଛି । ବିଶ୍ୱବଜାରରେ ମୁଦ୍ରାସ୍ଫିତି ଚିନ୍ତାଜନକ ଥିବା ବେଳେ ନିବେଶକଙ୍କୁ ଝଟକା ଦେଇଛି ଶେୟାର ବଜାର । ନିବେଶକଙ୍କ ପାଖାପାଖି ୬ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ଆମେରିକା ଶେୟାର ବଜାରରେ ବୁଧବାର ଆସିଥିବା ସୁନାମି ଭାରତୀୟ ଶେୟାର ବଜାରରେ ଦେଖବାକୁ ମିଳିଛି । ଗୁରୁବାର ସେନସେକ୍ସ ୫୩ ହଜାର ତଳକୁ ଖସିଆସିଥିବା ବେଳେ ଶେଷରେ ୨ଦଶମିକ ୬୧ ପ୍ରତିଶତ ହ୍ରାସ ପାଇଛି । ସେହିପରି ନିଫଟି ୨ଦଶମିକ ୬୫ ପ୍ରତିଶତକୁ ହ୍ରାସ ପାଇ ବନ୍ଦ ହୋଇଛି । ଯାହାଦ୍ୱାରା କ୍ଷତି ସହିଛନ୍ତି ନିବେଶକ ।