ଖସିଲା ସେନସେକ୍ସ, ୪ ଲକ୍ଷ, ୮୦ ହଜାର କୋଟି ହରାଇଲେ ନିବେଶକ । ୬ ମାସ ଭିତରେ ସେୟାର ବଜାରରେ ସବୁଠାରୁ ବଡ ହ୍ରାସ ।

107

କନକ ବ୍ୟୁରୋ: ପୁଣି ଖସିଲା ସେନସେକ୍ସ । ଗତ ୬ ମାସରେ ସବୁଠାରୁ ବଡ ହ୍ରାସ । ୪ ଲକ୍ଷ ୮୦ ହଜାର କୋଟିର କ୍ଷତି । ଗତ କିଛିଦିନହେଲାଣି ଭାରତୀୟ ବଜାର ଚାପ ଦେଖାଯାଇଥିଲା । ଯାହାଫଳରେ ଆଜି ବଜାରରେ ଭାରି ପ୍ରଭାବ ପକାଇଛି । ଗତ ୬ ମାସରେ ସବୁଠାରୁ ବଡ ହ୍ରାସ ଘଟି ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସକ୍ସ ୧୧୫୮ ପଏଣ୍ଟ ଖସି ୫୯ ହଜାର ୯୮୪ ପଏଣ୍ଟରେ ପହଞ୍ଚିଛି । ସେହିପରି କାରବାର ଶେଷରେ ନିଫଟି ୩୫୩ ପଏଣ୍ଟ ତଳକୁ ଖସି ୧୭ ହଜାର ୮୫୭ରେ ଶେଷ ହେଇଛି । ତେବେ ଗତ ୨୦ ଦିନ ମଧ୍ୟର ସବନିମ୍ନ ସ୍ତର ଆଜି ରହିଛି । ଏହାପୂବରୁ ଅକ୍ଟୋମ୍ବରରେ ସେନସେକ୍ସ ୬୦ ହଜାର ସ୍ତରକୁ ଛୁଇଁଥିଲା । ତେବେ ସେନସକ୍ସ କମିବା ସହ ଅନେକ କମ୍ପାନିର ମଧ୍ୟ ସେୟାରରେ ପ୍ରଭାବ ପଡିଛି  । ଆଦାନି ପୋର୍ଟର ସେୟାରରେ ପାଖାପାଖି ୮ ପ୍ରତିଶତ ହ୍ରାସ ପାଇଛି । ସେହିପରି ସରକାରୀ କମ୍ପାନୀର ମଧ୍ୟ ସେୟାର କମିଛି ।