କନକ ବ୍ୟୁରୋ: ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଓ ତେଲ ଦର ବୃଦ୍ଧିର ପ୍ରଭାବ ସେୟାର ବଜାର ଉପରେ ପଡିଛି । ଗତ ଦୁଇ ଦିନ ହେଲା ନିବେଶକଙ୍କ ନିବେଶ ମୂଲ୍ୟ କମି କମି ଯାଉଛି । ଦୁଇଦିନରେ ସେନସେକ୍ସ ୮୦୦ ପଏଂଟ ତଳକୁ ଖସିଯାଇଛି । ସୋମବାର ସେନସେକ୍ସ ୫୦୫ ପଏଂଟ ଖସିଥିଲା ଓ ମଙ୍ଗଳବାର ପୁଣି ୨୯୫ ପଏଂଟ ଖସିଛି ।
ଏହି ଦୁଇ ଦିନରେ ନିବେଶକମାନେ ପ୍ରାୟ ୩ଲକ୍ଷ କୋଟି ଟଙ୍କା ହରାଇଛନ୍ତିି । ଦେଶରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ସିହିତ ଚଳନ୍ତି ଖାତା ନିଅଂଟ ବୃଦ୍ଧି ଓ ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଯୋଗୁ ନିବେଶକମାନେ ଭୟଭୀତ ହୋଇପଡିଛନ୍ତି । ମଙ୍ଗଳବାର ସେନସେକ୍ସ ୨୯୫ ପଏଂଟ ହ୍ରାସ ପାଇ ୩୭ହଜାର ୨୯୦ ପଏଂଟକୁ ଖସିଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/464744-sensexdown740.jpg)
/kanak/media/post_attachments/wp-content/uploads/2018/09/sensex650_650x400_51498201272-300x185.jpg)