୨୦୨୨ରେ ଉଛୁଳିବ ଭାରତୀୟ ସେୟାର ବଜାର । ସେନସେକ୍ସ ଛୁଇଁପାରେ ୮୦ ହଜାର ।

242

କନକ ବ୍ୟୁରୋ : ଗତ କିଛି ଦିନ ହେବ ଭାରତୀୟ ସେୟାର ବଜାର ଉପରମୁହାଁ ରହିଛି । ଏମିତି ସମୟରେ ମର୍ଗାନ ଷ୍ଟେନଲେ ପକ୍ଷରୁ କରାଯାଇଥିବା ଏକ ଆକଳନରୁ ଜଣାପଡିଛି ଆଗକୁ ମଧ୍ୟ ଭାରତୀୟ ସେୟାର ବଜାର ଉପରମୁହାଁ ରହିବ । ଏପରିକି ୨୦୨୨ରେ ସେନସେକ୍ସ ୮୦ ହଜାର ପଏଣ୍ଟ ଟପିଯିବାର ସମ୍ଭାବନା ଥିବା ଆକଳନ କରିଛି ଏହି ବିଶ୍ୱସ୍ତରୀୟ ସଂସ୍ଥା । ଏହି ଆକଳନ ସତ ହେଲେ, କରୋନା ଯୋଗୁଁ ମାନ୍ଦା ପଡ଼ିଥିବା ଦେଶର ଅର୍ଥନୀତି ଟ୍ରାକକୁ ଫେରୁଥିବା ନେଇ ବଡ଼ ସଂକେତ ମିଳିବ ।

ଭାରତୀୟ ସେୟାର ବଜାରକୁ ନେଇ ‘ମର୍ଗାନ ଷ୍ଟେନଲେ’ର ଆକଳନ । ୨୦୨୨ରେ ୮୦ ହଜାର ଟପିପାରେ ସେନସେକ୍ସ । ବିଶ୍ୱସ୍ତରୀୟ ଇନଭେଷ୍ଟମେଣ୍ଟ ବ୍ୟାଙ୍କ ଓ ୱେଲଥ ମ୍ୟାନେଜମେଣ୍ଟ ଫାର୍ମ ‘ମର୍ଗାନ ଷ୍ଟେନଲେ’ ଆକଳନ କରିଛି, ଯଦି ଭାରତୀୟ ସେୟାର ବଜାର ଚଳିତବର୍ଷ ଭଳି ଆସନ୍ତାବର୍ଷ ଉପରମୁହାଁ ହେବ, ତେବେ ୮୦ ହଜାର ପଏଣ୍ଟ ଟପିଯିବ ସେନସେକ୍ସ । ଏଭଳି ଆକଳନ ଭାରତୀୟ ନିବେଶକଙ୍କ ମଧ୍ୟରେ ଉତ୍ସାହ ଖେଳାଇ ଦେଇଛି ।

‘ମର୍ଗାନ ଷ୍ଟେନଲେ’ର ବିଶେଷଜ୍ଞମାନେ କହିଛନ୍ତିଯଦି କରୋନାର ତୃତୀୟ ଲହର ନଆସେ
ପୁଣିଥରେ ଲକଡାଉନ୍ ଭଳି ସ୍ଥିତି ନ ଉପୁଜେ
ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଦୃଢ଼ ରହେ
ଅନ୍ତର୍ଜାତୀୟ ତୈଳ ବଜାରରେ ବଡ଼ ଧରଣର ହଲଚଲ ନହୁଏ

ତେବେ ଭାରତୀୟ ସେୟାର ବଜାର ବର୍ଷକ ମଧ୍ୟରେ ୨୬ ପ୍ରତିଶତ ବୃଦ୍ଧି ପାଇଁ ୨୦୨୨ରେ ୮୦ ହଜାର ଛୁଇଁଯିବ । ନଜର ପକାନ୍ତୁ, କେଉଁ ଭଳି ଭାବେ ଆଗକୁ ବଢୁଛି ଭାରତର ସେୟାର ବଜାର,
ମାର୍ଚ୍ଚ ୨୦୧୫ରେ ୩୦ ହଜାର ପଏଣ୍ଟ ଛୁଇଁଥିଲା ସେନସେକ୍ସ
ମେ’ ୨୦୧୯ରେ ଛୁଇଁଥିଲା ୪୦ ହଜାର
ଡିସେମ୍ବର ୨୦୨୦ରେ ୪୫ ହଜାରରେ ପହଁଚିଥିଲା ସେନସେକ୍ସ
ଜାନୁଆରୀ ୨୦୨୧ରେ ଛୁଇଁଥିଲା ୫୦ ହଜାର ପଏଂଟ
ଆଉ ସେପ୍ଟେମ୍ବର ୨୦୨୧ରେ ୬୦ ହଜାରରେ ପହଁଚିଥିଲା ସେନସେକ୍ସ

ସେୟାର ବଜାରର ଏହି ଯାତ୍ରା, ଯେ କେବଳ ନିବେଶକଙ୍କ ସମ୍ପତ୍ତି ବଢ଼ାଇଛି, ତାହା ନୁହେଁ, ଭାରତର ଅର୍ଥନୀତିକୁ ସୁଦୃଢ଼ କରିବା ସହ ବିଶ୍ୱାସ ବୃଦ୍ଧି କରିବାରେ ସହାୟକ ହୋଇଛି । ସେୟାର ବଜାରରେ ଉତ୍ସାହ ଯଦି ଆଶାନୁରୂପ ହେବ, ତେବେ କରୋନା ଯୋଗୁଁ ମାନ୍ଦା ପଡ଼ିଥିବା ଦେଶର ଅର୍ଥନୀତି ଟ୍ରାକକୁ ଫେରୁଥିବା ନେଇ ବଡ଼ ସଂକେତ ମିଳିବ ।