୪୫ ହଜାର ମୁହାଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ । ୧୩ ହଜାର ପାର କଲା ଏନ୍ଏସ୍ଇ । କରୋନା ଟିକା ଆସିବା ନେଇ ଆଶା ବଢୁଥିବା ବେଳେ ବିଦେଶୀ ନିବେଶକ ମାନେ ବଢାଉଛନ୍ତି ନିବେଶ

104

କନକ ବ୍ୟୁରୋ : ରେକର୍ଡ ସ୍ତରରେ ପହଂଚିଛି ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜ (ବିଏସ୍ଇ) । ମଙ୍ଗଳବାର ଷ୍ଟକ ମାର୍କେଟ୍ ୫୦୬ ପଏଣ୍ଟ ବୃଦ୍ଧିପାଇ ୪୪,୬୫୫ ପଏଣ୍ଟରେ ବନ୍ଦ ହୋଇଥିଲା । ଆଇଟି, ବ୍ୟାଙ୍କିଙ୍ଗ୍ ଓ ରିୟଲ ଇଷ୍ଟେଟ୍ ଷ୍ଟକ କାରବାରରେ ଉନ୍ନତି ଦେଖାଦେବା ଯୋଗୁଁ ସୂଚକାଙ୍କ ପ୍ରାୟ ୪୫୦ ପଏଣ୍ଟ ଉଚ୍ଚକୁ ଯାଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସ୍ଇ) ର ନିଫ୍ଟ ୧୪୦ ପଏଣ୍ଟ ବୃଦ୍ଧିପାଇ ୧୩,୧୦୯ ପଏଣ୍ଟ ଛୁଇଁଛି ।
ସେନସେକ୍ସରେ ସନଫାର୍ମା,ଟେକ୍ ମହିନ୍ଦ୍ରା, ଇଣ୍ଡସଇଣ୍ଡ ବ୍ୟାଙ୍କ୍, ଭାରତୀ ଏୟାରଟେଲ, ଓଏନ୍ଜିସି, ଆଇସିଆସିଆଇ ବ୍ୟାଙ୍କ୍,ଇନଫୋସିସ୍ ବ୍ୟାଙ୍କର ଶେୟାର କାରବାରରେ ବେସ୍ ଉନ୍ନତି ଦେଖିବାକୁ ମିଳିଛି । ଏମାନଙ୍କର ଶେୟାର କାରବାର ପ୍ରାୟ ୫.୫୧ ପ୍ରତିଶତ ବୃଦ୍ଧି ପାଇଛି । ସେହିଭଳି କୋଟାକ ବ୍ୟାଙ୍କ୍, ଟାଇଟନ, ବଜାଜ୍ ଫାଇନାନ୍ସ, ନେସଲେ ଇଣ୍ଡିଆ ଏବଂ ଏଚ୍ଡିଏଫସି ବ୍ୟାଙ୍କ ଶେୟାରର କାରବାର ପ୍ରାୟ ୧.୩୯ ପ୍ରତିଶତ ତଳକୁ ଖସିଛି । ଏହାବାଦ୍ ଏନ୍ଏସି ପ୍ଲାଟଫର୍ମରେ ରିୟଲିଟି, ପିଏସ୍ୟୁ ବ୍ୟାଙ୍କ, ଆଇଟ ଓ ଫାର୍ମା ଶେୟାର ୩.୩୩ ପ୍ରତିଶତ ବୃଦ୍ଧି ପାଇଥିବା ଦେଖାଯାଇଛି ।
କୋଭିଡ-୧୯ ଟିକା ଆସିବା ନେଇ ଆଶା ବଢିଥିବାରୁ ଏବେ ବିଦେଶୀ ନିବେଶକ ମାନେ ସେମାନଙ୍କ ନିବେଶ ବଢାଇଥିବା ଦେଖିବାକୁ ମିଳିଛି । ଫଳରେ ଭାରତୀୟ ବଜାରକୁ ଏହାର ଲାଭ ମିଳିଛି । ନଭେମ୍ବର ମାସରେ ଉଭୟ ସୂଚକାଙ୍କ ପ୍ରାୟ ୧୧ ପ୍ରତିଶତ ବୃଦ୍ଧି ହୋଇଥିବା ନଜରକୁ ଆସିଛି । ଗୁରୁ ନାନକଙ୍କ ଜୟନ୍ତି ଯୋଗୁଁ ସୋମବାର ଷ୍ଟକ ମାର୍କେଟ୍ ବନ୍ଦ ଥିଲା ।  ଅନ୍ୟପଟେ ସେପ୍ଟମ୍ବର ମାସରେ ତୈମାସିକ ଜିଡିପି ୭.୫ ପ୍ରତିଶତ ଖସିଛି । ଯାହାକି ପ୍ରଥମ ତୈମାସିକରେ ୨୩.୯ ପ୍ରତିଶତ ଖସିଥିଲା । ଜିଡିପିକୁ ନେଇ ବି ନିବେଶକ ମାନଙ୍କ ମଧ୍ୟରେ ଆଶା ସଂଚାର ହୋଇଛି ।

Comments are closed.