ମୋଦିଙ୍କ ଶପଥ ଗ୍ରହଣ ପରେ ସେୟାର ବଜାରରେ ଉତ୍ସାହ। ୪୦ ହଜାର ଅତିକ୍ରମ କଲା ସେନସେକ୍ସ

138

କନକ ବ୍ୟୁରୋ: ମୋଦି ଦ୍ୱିତୀୟଥର ଲାଗି ଶପଥ ନେବା ପରେ ସେନସେକ୍ସ ଓ ନିଫଟିର ଉତ୍ସାହ ପରିଲକ୍ଷିତ ହୋଇଛି । ସେନସେକ୍ସ ୪୦ ହଜାର ପଂଏଟ ଅତିକ୍ରମ କରିଛି । ସରକାର ୨୦୧୮-୨୦୧୯ର ଜିଡିପି ସମ୍ପର୍କିତ ତଥ୍ୟ ରିଲିଜ କରିବା ପୂର୍ବର୍ରୁ ସେନସେକ୍ସ ବଢିଛି । ସକାଳେ କାରବାର ଆରମ୍ଭ ହେବା ମାତ୍ରେ ସେନସେକ୍ସ ୨୫୩.୪୪ ପଂଏଟ ବଢି ୪୦ ହଜାର ଅତିକ୍ରମ କରିଥିଲା । ଭାରତ ପେଟ୍ରୋଲିୟମ, ଏସିଆନ ପେଂଟସ, ଇଣ୍ଡିଆନ ଅଏଲ, ଏସିଆନ ପ୍ଜେଙ୍କ. ଟିସିଏସ ଓ ଏଚଡିଏଫସି ବ୍ୟାଙ୍କର ସେୟାର ବଢିଥିଲା । ସେହିଭଳି ନିଫଟି ବି ବଢିଛି । ଆଜି କାରବାର ଆରମ୍ଭରେ ନିଫଟି ୧୨ ହଜାର ପଂଏଟ ଅତିକ୍ରମ କରିଛି ।