କନକ ବ୍ୟୁରୋ: କରୋନାର ପ୍ରଭାବ । ସେୟାର ବଜାରରେ ହାହାକାର । ପୁରା ଏସିଆ ମହାଦେଶର ବଜାରରେ ପଡିଛି କରୋନା ଭୂତାଣୁର ପ୍ରଭାବ । ଏହା ଫଳରେ ବଂବେ ଷ୍ଟକ୍ ଏକ୍ସଚେଂଜ ଓ ନାସନାଲ ଷ୍ଟକ ଏକ୍ସଚେଂଜର ସେୟାରରେ ଜୋରଦାର ହ୍ରାସ ଦେଖିବାକୁ ମିଳିଛି । ପ୍ରାୟ ହଜାରେରୁ ଅଧିକ ଅଙ୍କ ଖସି ଯାଇଛି ସେନସେକ୍ସ । କରୋନାର ପ୍ରଭାବ ସାରା ବିଶ୍ୱର ସେୟାର ବଜାର ଉପରେ ଦେଖିବାକୁ ମିଳିଛି ।

Advertisment

publive-image image courtesy - www.livemint.com

ସପ୍ତାହର ଶେଷ ଦିନ ବିଏସଇ ସେନସେକ୍ସ ୧୦୦୦ରୁ ଅଧିକ ଅଙ୍କ ହ୍ରାସ ହୋଇଛି । ୬୫୮ ଅଙ୍କ ହ୍ରାସ ସହିତ ବ୍ୟବସାୟ ଆରମ୍ଭ ହୋଇଥିଲା । ପରେ ଏହା ୧୦୦୦ରୁ ଅଧିକ ଅଙ୍କ ହ୍ରାସ ହୋଇଛି । ସେହିପରି ନାସନାଲ୍ ଷ୍ଟକ୍ ଏକ୍ସଚେଂଜର ନିଫ୍ଟି ରେ ୨୫୧ ଅଙ୍କ ହ୍ରାସ ସହିତ ୧୧ ହଜାର ୩୮୨ରେ ବଜାର ଖୋଲିଛି । କରୋନା ପାଇଁ ଚୀନ , ଜାପାନ, ଦକ୍ଷିଣ କୋରିଆ ସହିତ ଅନ୍ୟ ଏସୀୟ ଦେଶର ସେୟାର ବଜାରରେ ପ୍ରବଳ ହ୍ରାସ ଦେଖିବାକୁ ମିଳିଛି । କରୋନା ପାଇଁ ଚଳିତ ସପ୍ତାହ ଯାକ ସେୟାର ବଜାରରେ ହ୍ରାସ ଦେଖିବାକୁ ମିଳିଥିଲା ।