କନକ ବ୍ୟୁରୋ: କରୋନାର ପ୍ରଭାବ । ସେୟାର ବଜାରରେ ହାହାକାର । ପୁରା ଏସିଆ ମହାଦେଶର ବଜାରରେ ପଡିଛି କରୋନା ଭୂତାଣୁର ପ୍ରଭାବ । ଏହା ଫଳରେ ବଂବେ ଷ୍ଟକ୍ ଏକ୍ସଚେଂଜ ଓ ନାସନାଲ ଷ୍ଟକ ଏକ୍ସଚେଂଜର ସେୟାରରେ ଜୋରଦାର ହ୍ରାସ ଦେଖିବାକୁ ମିଳିଛି । ପ୍ରାୟ ହଜାରେରୁ ଅଧିକ ଅଙ୍କ ଖସି ଯାଇଛି ସେନସେକ୍ସ । କରୋନାର ପ୍ରଭାବ ସାରା ବିଶ୍ୱର ସେୟାର ବଜାର ଉପରେ ଦେଖିବାକୁ ମିଳିଛି ।
/kanak/media/post_attachments/wp-content/uploads/2018/08/bse1-kytC-621x414@LiveMint-300x200.jpg) image courtesy - www.livemint.com
 image courtesy - www.livemint.comସପ୍ତାହର ଶେଷ ଦିନ ବିଏସଇ ସେନସେକ୍ସ ୧୦୦୦ରୁ ଅଧିକ ଅଙ୍କ ହ୍ରାସ ହୋଇଛି । ୬୫୮ ଅଙ୍କ ହ୍ରାସ ସହିତ ବ୍ୟବସାୟ ଆରମ୍ଭ ହୋଇଥିଲା । ପରେ ଏହା ୧୦୦୦ରୁ ଅଧିକ ଅଙ୍କ ହ୍ରାସ ହୋଇଛି । ସେହିପରି ନାସନାଲ୍ ଷ୍ଟକ୍ ଏକ୍ସଚେଂଜର ନିଫ୍ଟି ରେ ୨୫୧ ଅଙ୍କ ହ୍ରାସ ସହିତ ୧୧ ହଜାର ୩୮୨ରେ ବଜାର ଖୋଲିଛି । କରୋନା ପାଇଁ ଚୀନ , ଜାପାନ, ଦକ୍ଷିଣ କୋରିଆ ସହିତ ଅନ୍ୟ ଏସୀୟ ଦେଶର ସେୟାର ବଜାରରେ ପ୍ରବଳ ହ୍ରାସ ଦେଖିବାକୁ ମିଳିଛି । କରୋନା ପାଇଁ ଚଳିତ ସପ୍ତାହ ଯାକ ସେୟାର ବଜାରରେ ହ୍ରାସ ଦେଖିବାକୁ ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/33ac549cb4a4a66a497c03b0f4ffb3a4.jpg)