ଭାରତୀୟ ସେୟାର ବଜାର ଉପରେ ବଜେଟର ପ୍ରଭାବ : ସେନସେକ୍ସରେ ୨ ଦିନର ଉତ୍ସାହ ପରେ ଆଜି ଫ୍ଲାଟ ରହିଲା କାରବାର

ଗତ ୨ ଦିନରେ ୩ ହଜାର ୫୦୦ ପଏଂଟ ବୃଦ୍ଧି; ନିବେଶକଙ୍କୁ ୧୦ ଲକ୍ଷ କୋଟିର ଲାଭ

77

କନକ ବ୍ୟୁରୋ : ଭାରତୀୟ ସେୟାର ବଜାର ଉପରେ ବଜେଟର ପ୍ରଭାବ । ୨ ଦିନ କ୍ରମାଗତ ଉଚ୍ଚ ସ୍ତରରେ ରହିଲା ବମ୍ବେ ଷ୍ଟକ ଏକ୍ସଚେଂଜ ସୂଚକାଙ୍କ । ଆଜି କାରବାର ଆରମ୍ଭରୁ ୨ ଶହ ୬୯ ପଏଂଟ ଖସିଥିଲା ସେନସେକ୍ସ । ସେହିପରି ନାସନାଲ ଷ୍ଟକ ଏକ୍ସଚେଂଜ ସୂଚକାଙ୍କ ୭୦ ପଏଂଟ ହ୍ରାସ ପାଇଥିଲା । ପରେ ଏଥିରେ ସୁଧାର ଆସି କାରବାର ଫ୍ଲାଟ ରହିଛି । ତେବେ ଗତ ୨ ଦିନରେ ଷ୍ଟକ ମାର୍କେଟରେ ୩ ହଜାର ୫୦୦ ପଏଂଟ ବୃଦ୍ଧି ଆସିଛି । ନିବେଶକଙ୍କୁ ଦଶ ୧୦ଲକ୍ଷ କୋଟି ଟଙ୍କାର ଲାଭ ମିଳିଛି ।