କନକ ବ୍ୟୁରୋ: ଉତ୍ତରପ୍ରଦେଶ ବହରାଇଚ ଅଞ୍ଚଳର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠିକାର ଜଣେ ବ୍ୟକ୍ତ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ତାଙ୍କ କାମୁଡି ଛିଡାଇଦେଇଛନ୍ତି । ଏହି ଘଟଣାରେ ସ୍ତ୍ରୀ ଗୁରୁତର ଆହତ ହୋଇ ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି ।

Advertisment

ପୋଲିସର ପ୍ରାଥମିକ ସୂଚନା ମୁତାବକ, ରଜନୀଦେବୀ ନାମକ ଜଣେ ମହିଳା ବେଡନାପୁର ବିଦ୍ୟୁତ ବିଭାଗରେ ଚାକିରି କରନ୍ତି । ରଜନୀଙ୍କର ତାଙ୍କ ସ୍ୱାମୀ ଜ୍ଞାନଦତ୍ତ ପାଠକଙ୍କ ସହ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ଆଉ ରଜନୀ ରାଗି ବାପ ଘରକୁ ଚାଲିଯାଇଥିଲେ । ଏହାପରେ ତାଙ୍କୁ ବୁଝାଇ ଘରକୁ ଆଣିବାକୁ ଗଲେ ଜ୍ଞନଦତ୍ତ । ଏହାପରେ ଦୁହେଁ ଘରକୁ ଫେରୁଥିଲେ । ହେଲେ ବାଟରେ ସ୍ୱାମୀ ରଚିଥିଲେ ଷଡଯନ୍ତ୍ର । ଟିକୋରାମୋଡ୍ ପାଖରେ ଜଗି ରହିଥିଲେ ତାଙ୍କର ଦୁଇ ସାଥୀ । ସେଠାରେ ପହଞ୍ଚିବା ପରେ ଏହି ଦୁଇଜଣ ରଜନୀଙ୍କୁ ଆୟତ୍ତ କରିନେଇଥିଲେ ଏବଂ ସ୍ୱାମୀ ଜ୍ଞାନଦତ୍ତ ଦାନ୍ତରେ କାମୁଡି ରଜନୀଙ୍କ ନାକ ଛିଡାଇ ଦେଇଥିଲେ ।

ଗୁରୁତର ଅବସ୍ଥାରେ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୀଡିତାଙ୍କ ମା’ କୁସୁମ ତିୱାରୀ କହିଛନ୍ତି ଯେ, ଝିଅକୁ ଆକ୍ରମଣ କରିଥିବାରୁ ତାଙ୍କ ଜ୍ୱାଇଁଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏହି ଘଟଣା ପରଠାରୁ ଅଭିଯୁକ୍ତମାନେ ଫେରାର ଅଛନ୍ତି । ପୋଲିସ ଜ୍ଞାନଦତ୍ତଙ୍କ ସମେତ ଏହି ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଖୋଜା ଜାରିରଖିଛି ।