ଘରୁ ଭୋଟ ଦେବେ ବୟସ୍କ ଓ ଦିବ୍ୟାଙ୍ଗ: ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ପ୍ରସ୍ତୁତି

94

କନକ ବ୍ୟୁରୋ: ୫ବର୍ଷରେ ଥରେ ମତାଧିକାର, ଭାରତୀୟ ଗଣତନ୍ତ୍ରର ମୂଳମନ୍ତ୍ର । ବୁଝି ବିଚାରୀ ନେତା ନବାଛିଲେ, ଜନତାଙ୍କୁ ହଇରାଣ ହେବାକୁ ପଡ଼େ । ଆଉ ସବୁଠୁ ବଡ଼ ସମସ୍ୟା ହେଲା ଆଦୌ ଭୋଟ୍ ନଦେଇ ସରକାରକୁ ଦୋଷ ଦେବା । ତେଣୁ ନିର୍ବାଚନୀ ପ୍ରକ୍ରିୟାରେ ଭାଗ ନେବା ପାଇଁ ଉତ୍ସାହିତ କରିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ନିର୍ବାଚନ କମିଶନ ।

ଏବେ ଘରୁ ଭୋଟ ଦେଇପାରିବେ ବୟସ୍କ, ଦିବ୍ୟାଙ୍ଗ ଓ ଅସୁସ୍ଥ ଭୋଟର । ଏନେଇ ନିର୍ବାଚନ ଆୟୋଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୮୦ ବର୍ଷରୁ ଅଧିକ ବୟସ୍କ, ଦିବ୍ୟାଙ୍ଗ ଓ ଅସୁସ୍ଥ ହୋଇ ଘରେ ଥିବା ଭୋଟରଙ୍କ ପାଇଁ ହୋମ୍ ଭୋଟିଂର ବ୍ୟବସ୍ଥା କରାଯାଇଛି । ଏହାସହ ପୋଲିଂ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ଯେଉଁଠାରେ ଡ୍ୟୁଟି କରୁଥିବେ ସେହି ସ୍ଥାନରେ ଭୋଟ୍ ଦେବା ପାଇଁ ବ୍ୟବସ୍ଥା କରାଯାଇଛି ।

ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏଥର ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଇଛି । ଘରେ ରହି ଭୋଟ୍ ଦେବେ ବୟସ୍କ, ଦିବ୍ୟାଙ୍ଗ ଓ ଅସୁସ୍ଥ ଭୋଟର । ୮୦ ବର୍ଷରୁ ଅଧିକ ବୟସ୍କ, ୪୦ ବର୍ଷରୁ କମ୍ ବୟସ୍କ ଦିବ୍ୟାଙ୍ଗ ଓ ଅସୁସ୍ଥ ହୋଇ ଘରେ ରହିଥିଲେ, ସେମାନଙ୍କ ପାଇଁ ହୋମ୍ ଭୋଟିଂର ବ୍ୟବସ୍ଥା କରାଯାଇଛି । ଏହା ସହ ପୁଲିଂ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ଯେଉଁଠାରେ ଡ୍ୟୁଟି କରୁଥିବେ ସେହି ସ୍ଥାନରେ ଭୋଟ୍ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସ୍ୱତନ୍ତ୍ର ଭୋଟିଂ କେନ୍ଦ୍ର କରାଯିବ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି । ସମସ୍ତ ଜିଲ୍ଲାରେ ଇଭିଏମ୍ ପହଂଚିବା ସହ ଟେଷ୍ଟିଂ ସରିଛି । ନିର୍ବାଚନ ପାଇଁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କାମ ସରିଛି । ଏବେ ତୃତୀୟ ପର୍ଯ୍ୟାୟ କାମ ଚାଲିଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଅନ୍ୟପଟେ ଲୋକସେବା ଭବନରେ ଜାତୀୟ ମତଦାତା ଦିବସ ପାଳିତ ହୋଇଛି । ଏନେଇ ନୂଆ ମତଦାତାମାନେ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କୁ ମତଦାନର ଗୁରୁତ୍ୱ ଓ ଏହାର ପ୍ରକ୍ରିୟା ବିଷୟରେ ସଚେତନ କରାଯାଇଛି । ରାଜ୍ୟପାଳ ରଘୁବର ଦାସ ଏଥିରେ ଯୋଗଦେଇ ନୂତନ ଭୋଟରଙ୍କୁ ଶପଥପାଠ କରାଇଥିଲେ ।

ସାଧାରଣ ନିର୍ବାଚନ ପାଇଁ ଏଯାଏଁ ତାରିଖ ଘୋଷଣା ହୋଇ ନାହିଁ । ତେବେ ନିର୍ବାଚନ ବେଳେ ମତଦାନର ପ୍ରତିଶତ ହାର ବଢ଼ାଇବା ସହ ସ୍ୱଛ ଓ ସହଜ ଭାବରେ କିପରି ଏହା କରାଯାଇପାରିବ, ଏନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।