ଭାରତକୁ ନେଇ ତାଲିବାନର ବରିଷ୍ଠ ନେତାଙ୍କ ବଡ ବୟାନ । କହିଲେ ହିନ୍ଦୁସ୍ତାନ ସହ ସାଂସ୍କୃତିକ ଓ ଅର୍ଥନୈତିକ ସମ୍ପର୍କ ଚାହୁଁଛି ନୂଆ ଆଫଗାନ 

383

କନକ ବ୍ୟୁରୋ: ତାଲିବାନି ମାନେ ଆଫଗାନିସ୍ତାନରେ ପ୍ରବେଶ କରିବା ପରେ ଆଫଗାନିସ୍ତାନରେ ଯେ କଣ ଘଟୁଛି ସାରା ବିଶ୍ୱ ଦେଖୁଛି । ଆତଙ୍କ ଓ ବର୍ବରତା  ମଧ୍ୟରେ ରହୁଛନ୍ତି ଆଫଗାନ ବାସୀ । ଏହି ସମୟରେ ତାଲିବାନିମାନେ ନିଜର ବିଶ୍ୱ ଦରବାରରେ ନିଜର ଚିତ୍ରକୁ ପରିବର୍ତନ କରିବାକୁ ମଧ୍ୟ ଅନେକ ପ୍ରୟାସ କରୁଛନ୍ତି । ଆପଣମାନେ ଜାଣିଛନ୍ତି ଯେ ଭାରତ ୨୩ ହଜାର କୋଟିର ନିବେଶ କରିଛି ଆଫଗାନିସ୍ତାନରେ ।

ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଅନେକ ଜିନିଷର ଆମଦାନି, ରପ୍ତାନି ସହ ଅନେକ ବ୍ୟବସାୟିକ ସମ୍ପର୍କ ରହିଛି । ଏହି ସମୟରେ କିନ୍ତୁ ଆମଦାନି ରପ୍ତାନି ସହ ବ୍ୟବସାୟିକ ସମ୍ପର୍କ ଠପ ପଡିଛି । କିନ୍ତୁ ହଠାତ ତାଲିବାନ ଭାରତକୁ ବନ୍ଧୁତାର ଇସାରା ଦେଇଛି । ଏହି ସମୟରେ ଭାରତ ବିଷୟରେ ମତ ରଖିଛି ତାଲିବାନ । ତାଲିବାନର ପ୍ରମୂଖ ନେତା ଶେର ମୋହମ୍ମଦ ଅବାସ ଭାରତ ସହ ବନ୍ଧୁତା ସ୍ଥାପନ ପାଇଁ ଇଚ୍ଚୁକ ଅଛନ୍ତି । ଶେର ମହମ୍ମଦ ଅବାସକୁ ତାଲିବାନିମାନେ ବିଦେଶ ମନ୍ତ୍ରୀ କରିପାରନ୍ତି ବୋଲି ଚର୍ଚା ମଧ୍ୟ ହେଉଛି ।

ଅବାସ ମତ ରଖିଛନ୍ତି ସାରା ବିଶ୍ୱ ସହ ଆମେ ଭଲ ସମ୍ପର୍କ ରଖିବାକୁ ଚାହୁଁଛୁ । ଅବାସ କହିଛନ୍ତି ଆଫଗାନିସ୍ତାନ ପୁନର୍ଗଠନରେ ସମସ୍ତ ଦେଶ ସହାୟତା କରିବା ଦରକାର । ତାଙ୍କ ମତରେ ତାଲିବାନ ଭାରତ ସହ ସାଂସ୍କୃତିକ ଓ ଅର୍ଥନୈତିକ ସମ୍ପର୍କ ରଖିବାକୁ ଚାହୁଁଛି । ତା ସହ ତାଲିବାନ ପାକିସ୍ତାନ ସହ ମଧ୍ୟ ଭଲ ସମ୍ପର୍କ ଚାହାନ୍ତି । ପାକିସ୍ତାନ ସହ ମିଶି ତାଲିବାନ ଭାରତକୁ ଟାର୍ଗଟ କରିବ ବୋଲି ଗୋଟିଏ ଚର୍ଚା ଜୋର ଧରିଛି । ଏହି ଚର୍ଚାକୁ ଖଣ୍ଡନ କରିଛି ତାଲିବାନ । ମିଡିଆ ମିଛ କହୁଛି ବୋଲି କହିଛି ତାଲିବାନ । ଆଫଗାନିସ୍ତାନ ଆତଙ୍କବାଦୀଙ୍କ ଆଡ୍ଡା ପାଲଟିବ ଏ କଥା ମଧ୍ୟ ଚର୍ଚା ହେଉଛି ।

ଭାରତ ପ୍ରତି ବିପଦର ସଙ୍କେତ ମଧ୍ୟ ଦିଆଯାଉଛି । ତାଲିବାନ କହିଛି ତା ଆଫଗାନିସ୍ତାନ ଅତିତରେ ନା କାହାପ୍ରତି ବିପଦ କରିଛି ନା ଭବିଷ୍ୟତରେ କରିବ । ପାକିସ୍ତାନ ଭାରତକୁ କ୍ଷତି ପହଂଚାଇବା ପାଇଁ ଆଫଗାନିସ୍ତାନର ପ୍ରୟୋଗ କରିବ ନାହିଁ ବୋଲି ତାଲିବାନ କହିଛି । ହିନ୍ଦୁ ଓ ଶିଖ୍ଙ୍କ ବିଷୟରେ ମତାମତ ରଖିଛି ତାଲିବାନ । ତାଲିବାନର ମତ ସେମାନେ ଆଫଗାନିସ୍ତାନରେ ସୁରକ୍ଷିତ । ଆଫଗାନିସ୍ତାନରେ ଭାରତର ନିବେଶ ଚାହୁଁଛି ତାଲିବାନ ।

ଆଫଗାନିସ୍ତାନରେ ଭାରତୀୟଙ୍କ ସୁରକ୍ଷା ତାଲିବାନର ଦାୟିତ୍ୱ ବୋଲି କହିଛି ତାଲିବାନ । କିନ୍ତୁ ଏ କଥାରେ କେତେ ସତ୍ୟତା ରହିଛି  । ତାଲିବାନିଙ୍କ କଥା  କେତେ ବିଶ୍ୱାସଯୋଗ୍ୟ । ତାଲିବାନିଙ୍କ କଥା ଓ କାମରେ ଫରକ ରହିଯିବନି ତ । ଭାରତ ସହ ବନ୍ଧୁତା କରି ବିଶ୍ୱାସରେ ବିଷ  ଦେବନି ତ ତାଲିବାନ । ଏହାକୁ ନେଇ ଭାରତର ଆଭିମୁଖ୍ୟ କଣ ହେବ ତାକୁ ନେଇ ମଧ୍ୟ ଉଠୁଛି ପ୍ରଶ୍ନ ।