କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଛତ୍ରପୁର ତହସିଲ କାର୍ଯ୍ୟାଳୟର ସିନିଅର ରେଭିନ୍ୟୁ ଆସିଷ୍ଟାଂଟ ସ୍ୱାତି ସୁଚରିତା ପାତ୍ର । ୫ହଜାର ଟଙ୍କା ଲାଂଚ ନେଉଥିବାବେଳେ ମାଡ଼ିବସିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ୍ । ତାଙ୍କ ନାଁରେ ଘର ପଟ୍ଟା କରାଇଦେବେ କହି ଟଙ୍କା ନେଉଥିବା ଅଭିଯୋଗ ହୋଇଛି ।
ସେପଟେ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜୁନିଆର କ୍ଲର୍କ । ପଙ୍କଜିନି ବିଶ୍ୱଳ ୨୦୧୭ ମସିହାରେ ଅନୁଗୁଳ ତହସିଲ ଅଫିସରେ କାର୍ଯ୍ୟରତ ଥିବା ବେଳେ ଜମି ପଟ୍ଟା ମ୍ୟୁଟେସନ୍ କରିବା ପାଇଁ ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଜିଜିଲାନ୍ସ ସ୍ପେଶାଲ ଜଜ୍ ଏହି ମାମଲାର ଶୁଣାଣି କରି ପଙ୍କଜିନିଙ୍କୁ ୩ ବର୍ଷ କାରାଦଣ୍ଡାଦେଶ ସହ ୫ହଜାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଆଉ ୨ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/Collage-Maker-12-May-2023-03-54-PM-5939.jpg)