ପରଲୋକରେ ବରିଷ୍ଠ ନେତା ସୁରେନ୍ଦ୍ର ନାୟକ । କାକଟପୁର ନିର୍ବାଚନ ମଣ୍ଡଳୀର ୭ ଥର ବିଧାୟକ ଥିଲେ ସୁରେନ୍ଦ୍ରନାଥ ।

1,094

କନକ ବ୍ୟୁରୋ: ପରଲୋକରେ ବରିଷ୍ଠ ନେତା ସୁରେନ୍ଦ୍ର ନାୟକ । ଭୁବନେଶ୍ୱର ସ୍ଥିତ ବାସଭନରେ କାକଟପୁରର ପୂର୍ବତନ ବିଧାୟକ ୯୩ ବର୍ଷ ବୟସରେ ପରଲୋକ ଘଟିଛି । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ତେବେ ବାର୍ଦ୍ଧକ୍ୟଜନିତ ରୋଗରେ ସେ ପୀଡିତ ଥିଲେ ବୋଲି ସୂଚନା ମିଳିଛି । ବିଜେଡି ସରକାରରେ ସେ ମନ୍ତ୍ରୀ ମଧ୍ୟ ଥିଲେ ।

କାକଟପୁର ତଥା ଓଡିଶାର ଲୋକପ୍ରିୟ ନେତା ଥିଲେ ସୁରେନ୍ଦ୍ର । ସୁରେନ୍ଦ୍ର କାକଟପୁରରୁ ୭ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୧୯୭୧ରେ ସେ ପ୍ରଥମେ ଉତ୍କଳ କଂଗ୍ରେସ ଦଳ ଟିକେଟରେ ବିଧାନସଭା ଆସିଥିଲେ । ଏହାପରେ ୧୯୭୭, ୧୯୮୫, ୧୯୯୦, ୧୯୯୫ରେ ଜନତା ଦଳ ଟିକେଟରେ ସେ ଜନତା ଦଳରୁ ନିର୍ବାଚିତ ହୋଇଥିଲେ । ୨୦୦୦ ଓ ୨୦୦୪ରେ ସେ ବିଜେଡି ଟିକେଟରେ ବିଧାନସଭା ଆସିଥିଲେ ।

ଅସ୍ତରଙ୍ଗ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ସେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ସୁରେନ୍ଦ୍ର । ସରପଞ୍ଚରୁ ମନ୍ତ୍ରୀ ପର୍ୟ୍ୟନ୍ତ ରାଜନୀତି ଜୀବନ ତାଙ୍କର ବେଶ ଲମ୍ବା ଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏକାନ୍ତ ସହଯୋଗୀ ଥିଲେ ସୁରେନ୍ଦ୍ର ।