କନକ ବ୍ୟୁରୋ: ପରାଜୟ ପରେ ବିଜେଡି ନେତାଙ୍କ ଢୋଲ ଭିତରେ ମୂଷା ଉପାଖ୍ୟାନକୁ କାଉଣ୍ଟର କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ । ଦଳ ବିରୋଧୀ ତତ୍ତ୍ବଙ୍କ ବିରୋଧରେ ବାହାରିଲେ ବରିଷ୍ଠ ନେତା ସୁଧିର ସାମଲ। ପ୍ରତିକ୍ରିୟା ଦେଇ କହିଛନ୍ତି, ଗଛ ଅଛି, ପତ୍ର ଝଡ଼ିଛି । ପାଣି ଦେଲେ ପୁଣି ପତ୍ର କଅଁଳିବ । କିନ୍ତୁ କିଛି ଲୋକ ତାକୁ ନକରି ଗଛ କାଟିବାକୁ ଚେଷ୍ଟା କରନ୍ତି । ଢୋଲ ଭିତରେ ମୂଷା ନେଇ ଯିଏ ଯାହା ମନ୍ତବ୍ୟ ଦେଉଛି, ତାହା ବ୍ୟକ୍ତିଗତ । ସାଂଗଠନିକ ପରିବର୍ତନ ବାବଦରେ ସୁପ୍ରିମୋ ବିଚାର ବିମର୍ଶ କରୁଛନ୍ତି । ଦଳ ଲୋକଙ୍କ ସହ ରହିଥିଲା ଓ ଅଛି । ଆଗାମୀ ଦିନରେ ଦଳ ଲୋକଙ୍କ ସହ ରହିବ, ସେନେଇ ନବୀନ ସାଂଗଠନିକସ୍ତରରେ ପରିବର୍ତ୍ତନ କରିବେ ବୋଲି ସୁଧିର ସାମଲ କହିଛନ୍ତି।