କନକ ବ୍ୟୁରୋ : ନବୀନ ନିବାସରେ ବରିଷ୍ଠ ବିଜେଡି ନେତା । ପ୍ରଦୀପ ଅମାତ, ପ୍ରଫୁଲ୍ଲ ମଲ୍ଲିକ, ଉଷା ଦେବୀ ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କୁ ସାକ୍ଷାତ କରିଛନ୍ତି । ବେଶ କିଛି ସମୟ ଧରି ନବୀନଙ୍କ ସହ ଆଲୋଚନା କରିଥିଲେ । ସୌଜ୍ୟନତା ଦୃଷ୍ଟିରୁ ଆଲୋଚନା ହୋଇଥିବା କହିଛନ୍ତି ପ୍ରଫୁଲ୍ଲ ମଲ୍ଲିକ । ଲୋକଙ୍କ ସେବା କରିବାକୁ ବିଜେଡି ସୁପ୍ରିମୋ ପରାମର୍ଶ ଦେଇଛନ୍ତି । ଆମେ ବିରୋଧୀ ଦଳ ଭାବେ କାମ କରିବୁ ବୋଲି କହିଛନ୍ତି ପ୍ରଫୁଲ୍ଲ ।
ସେହିପରି ବିଜେଡିର ଏଭଳି ବିପର୍ଯ୍ୟୟ ହେବ ବୋଲି ଆଶା କରିନଥିବା କହିଛନ୍ତି ଉଷା ଦେବୀ । ସରକାରରେ ବହୁଦିନ ହେବ ଥିଲୁ, ପରିବର୍ତ୍ତନ ହୋଇଛି । ବହୁତ କଷ୍ଟ ଲାଗୁଛି । ସେହିଭଳି ପାଣ୍ଡିଆନ ନବୀନ ନିବାସ ଆସୁଥିବା ପ୍ରସଙ୍ଗକୁ ଏଡାଇ ଯାଇଥିଲେ ଉଷା ଦେବୀ । ସେହିପରି ରଘୁନାଥ ମହାନ୍ତି ଓ ତାଙ୍କ ପୁଅ ରାଜାଶ୍ରୀ ମହାନ୍ତି ମଧ୍ୟ ନବୀନ ନିବାସରେ ପହଂଚିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/30-7.jpg)